Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

4  

Panchanan Jena

Children Stories

ଆଦ୍ୟ ବୈଶାଖରେ

ଆଦ୍ୟ ବୈଶାଖରେ

1 min
225



ଆଦ୍ୟ ବୈଶାଖରେ ଝାଞ୍ଜି ତତଲା

ପବନ ତତଲା କୁ ବାଲି ଫୁଟିଲା

ଟାଆଁସିଆ ଖରା

ଝାଳୁଆ ଶରୀରା

ଅଂଶୁଘାତର ଭୟ ଛନକା ପଶିଲା ।


ଆଦ୍ୟ ବୈଶାଖରେ ଆମ୍ବ ପାଚିଲା

ମୁଣ୍ଡି ସିନ୍ଦୁରା ଗଛ ଅଗରେ ଝୁଲିଲା

ଟେକା ପଥର

ଫାମ୍ପଡ଼ ପ୍ରହାର

ଗାଳି ମାଡ଼ ଖାତିର ନାହିଁ ମୁଁହ ଚୁଶିଲା ।


ଆଦ୍ୟ ଦୈଶାଖରେ ତାଳସଜ କଅଁଳା

ଆଖିରେ ଆଙ୍ଗୁଳି ପୁରୁ ପିତକାରି ମାରିଲା

ଚୋପା ମିଶେଇ

ପାଣି ଚୋବେଇ

ଥୁ ଥୁ ସାରି ସୁଆଦିଆ ଖଣ୍ଡ ଗିଳିଦେଲା ।


ଆଦ୍ୟ ବୈଶାଖରେ ମୁଗ ବିରି ତୋଳା

ପାଛିଆ ଧରି ସକାଳୁ ବିଲରେ ପାଲା

ମୁଣ୍ଡରେ ବାନ୍ଧି ପଗଡି

ଅଣ୍ଟାରେ ଗାମୁଛା ଭିଡ଼ି

ବିଲ କଡ଼େ ବସି ମୁଢି ତରକାରି ନାଦିଲା ।


ଆଦ୍ୟ ବୈଶାଖରେ ସଂଧ୍ୟା ଆସେ ଛାତରେ

ସୁଲୁସୁଲିଆ ପବନ ମୁଢି ମିକ୍ସଚର ବେଲାରେ

ମିଛିମିଛିକା ବୁଲାବୁଲି

ପଡ଼େ।ଶି ଘରେ ନଜର ମେଲି

ଶଶୁରି ମାରେ ମଡ଼ି ଆସିଗଲେ ଆର ଛାତରେ ।


ଆଦ୍ୟ ବୈଶାଖର ଝପେ ବରଷା

କୁଆପଥର ମାଡ କୁ ଥଣ୍ଡା ସହସା

ଝଙ୍କା ଝଙ୍କା ଖସିପଡ଼ା ଆମ୍ବ

ଆଚାର ଜାରେ ଜାରେ ମିଳିବ

ବନ୍ଧ୍ୟା ମାଟିର ଋତୁମତୀ ଗନ୍ଧ ସରସା ।


ଆଦ୍ୟ ବୈଶାଖରେ ନହୁଲି କୃଷ୍ଣଚୂଡ଼ା

ଯୌବନ ସମ୍ଭାରରେ ରଙ୍ଗୀନ ଯୋଡା

ମନଲୋଦ୍ଭା ଛବିବାସ

ରୂପସୀ ରଙ୍ଗରାସ

ମଧୁମାସର ଇଙ୍ଗିତ ମିଳେ ପ୍ରେମଯୋଡ଼ା ।


ଆଦ୍ୟ ବୈଶାଖରେ ଖରା ଛୁଟି ଦିନ

ସ୍କୁଲ ବନ୍ଦ କିନ୍ତୁ ଲାଗିରହିଛି ଟ୍ଯୂସନ

ଅଜା ଘର ମନା

ମୋବାଇଲ ମନା

ଖାଲି ପାଠ ପାଠ ମଥା ଫାଟିଯିବ ଦି ଦିନ ।


ଆଦ୍ୟ ବୈଶାଖରେ ଲସି ବେଲପଣା

ତରଭୁଜ ପଣସ ଖାଇ ଖାଇ ବଣା

ଘୋଳଦହି ସରବତ୍‌

ପାଣିପୁରି ଅଲବତ୍

ସଂଜ ନଇଁ ଗଲେ ଆଇପିଏଲ ସ୍କୋର ଜଣା ।


ଆଦ୍ୟ ବୈଶାଖରେ ପୋଖରି ବୁଡ଼ା

ପାଣି କମ୍ ମାଛ ଧରା ଖୋବି ମଡ଼ା

ବାଳିଆ ଶେଭଳ ମାଗୁର

ସିଙ୍ଗି ମିରିକାଳି ଭାକୁର

ମାଛଭଜା ସଙ୍ଗେ ପଖାଳ ବେଲା ଭଡ଼ା ।


Rate this content
Log in