STORYMIRROR

ବି. ନିରୁପମା

Inspirational Others Children

4  

ବି. ନିରୁପମା

Inspirational Others Children

ହେବାନାହିଁ ଜମା ତରତର

ହେବାନାହିଁ ଜମା ତରତର

1 min
267

ସ୍କୁଲ ସମୟଟା ହୋଇଲାଣି ବୋଲି

ହେବାନାହିଁ ଜମା ତରତର, 

ଆଗ ପଛ ବାମ ଡାହାଣକୁ ଦେଖି

ସାଇକେଲ ନେବା ତୋର, ମୋର ।


ରାସ୍ତାର ନିୟମ ପାଳନ କରିବା

ହୋଇଅଛି ଆମ ହିତ ଲାଗି,

କେତେ ଅସୁବିଧା ଭୋଗୁଛନ୍ତି ଲୋକ

ସେଇ ନିୟମକୁ ନିତି ଭାଙ୍ଗି ।


ଘରେ ବାପା ମାଆ କହିଛନ୍ତି ମୋତେ

ଟ୍ରାଫିକ ନିୟମ ମାନିବାକୁ,

ଆଉ ଟିକେ ପଛେ ସଅଳ ଆସିବା

ଘରୁ ବହାରିକି ପଢ଼ିବାକୁ ।


ବେପରୁଆ ହୋଇ ସାଇକେଲ କେହି

ଚଳାଇବା ନାହିଁ କେବେହେଲେ,

ସାଥୀଙ୍କୁ ଏ କଥା ବୁଝାଇ କହିବା

ଭାରି ଭଲ ହେବ ମାନିଗଲେ ।


ଜୀବନ ଆମର ଅମୂଲ୍ୟ ଅଟଇ

ହେବ ଲୋ ଆଗକୁ ବଢ଼ିବାକୁ,

ସେଥିପାଇଁ ପରା ପଡ଼ିବ ଆମକୁ

ମନଦେଇ ପାଠ ପଢ଼ିବାକୁ ।


Rate this content
Log in

Similar oriya poem from Inspirational