STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ଟିକି ଟିକି ଚୁନାଫୁଲ

ଟିକି ଟିକି ଚୁନାଫୁଲ

1 min
357


ରାତ୍ରୀର ନୀଳପରଦା ଚନ୍ଦ୍ରାତପ ତଳେ

ଟିକି ଟିକି ଚୁନା ଫୁଲ ଦପ ଦପ ଜଳେ l


କେତେ ଦୂର ବିସ୍ତାର ଏ ଅନନ୍ତ ବ୍ରହ୍ମାଣ୍ଡ

ତାମଧ୍ୟେ ପ୍ରତୀତହୁଅ ଯଥା ହୀରାଖଣ୍ଡ l


ସରଗରୁ ସୂର୍ଯ୍ୟ ଯେବେ ଚଳନ୍ତି ବାହୁଡ଼ି

ଅନ୍ଧକାର ଜଳେ ସଞ୍ଜଦୀପରେ ଦିହୁଡ଼ି l


କେଉଁଆଡୁ ଆସି ହୋଇଯାଅ ଖଞ୍ଜାଖଞ୍ଜି

ରାତିସାରା ଆକାଶରେ ଜଳ ମିଞ୍ଜି ମିଞ୍ଜି l


ଦିଗହରା ପଥିକ ଆଗେଇ ଯାଏ ଆଗେ

ମିଞ୍ଜିମିଞ୍ଜି ଆଲୁଅରେ ପଥଦେଖି ବାଗେ l


ଉତ୍ତର ଦିଶାରେ ନାହିଁ ଆଜ ଧ୍ରୁବ ତାରା

ପଥିକ ପାଇବେ କାହୁଁ ପଥରେ ଇସାରା l


ମିଟି ମିଟି ଜଳ ନୀଳ ସୁଦୂର ଗଗନେ

ଦେଖାଦିଅ ପୁଣିଆସି ଆମ ବତାୟନେ l


ମିଟି ମିଟି ଆଖି ତୁମ ପଡ଼େ ନାହିଁ ଥକି

ଲୁଚି ଯାଅ ପୁଣି କିଆଁ ଦିବାକର ଦେଖି l


କିଏ ତୁମେ ଆସକାହୁଁ ନଜାଣେ ମୁଁ କିଛି

ସ୍ରଷ୍ଟା ତୁମ କିଏ ନଭେ ଯତନେ ଖଞ୍ଜିଛି l


ଧନ୍ୟ,ଧନ୍ୟ,ଧନ୍ୟ ତୁମ ଅମୃତ ଜୀବନ

ପଥୁକୀ ପଥିକେ ପଥେ ପ୍ରଭା ବିତରଣ l


             


Rate this content
Log in