ଶ୍ରମିକ ଦିବସ ଅବସରରେ
ଶ୍ରମିକ ଦିବସ ଅବସରରେ
ହେ ଶ୍ରମିକ, ତୁମରି ଯୋଗୁ
ବ୍ରହ୍ମାଣ୍ଡର ସୃଷ୍ଟି
ସଚରାଚରର ସର୍ବେ ତମ
ଦ୍ୱାରା ପାଆନ୍ତି ଦୃଷ୍ଟି ।
ତୁମ ଦ୍ୱାରା ଭରିଛି ରଙ୍ଗର
ପସରା ଭଳିକି ଭଳି
ସମସ୍ତର ସୃଷ୍ଟି, ହେଉ ତାହା
ସତ୍ଯ ଦ୍ବାପର ତ୍ରେତୟା କଳି ।
ବଣ ପରବତ ସାଗର ମଧ୍ୟରୁ
ଜିନିଷ ତିଆରି କରି
ଯୋଗାଉଛ ଖାଦ୍ଯ ବଞ୍ଚିବାକୁ,
ମୁଖରେ ତ ସବୁରି ।
ଲାଗିଛ, ତୁମ ଜୀବନର ଶେଷ
ନିଃଶ୍ବାସ ଯାଏଁ
ଗଢାତ ମନ୍ଦିର, ଅଟ୍ଟାଳିକା ଠାରୁ
ସଡକ ଯାଏଁ ।
ଚାଷି ହୋଇ କ୍ଷେତେ ଖଟି
ଯୋଗାଅ ଆହାର
ନିଜେ ଭୋକ ସହ, ଦିଅ ଅନ୍ନ,
ବନ୍ଧୁ ସମସ୍ତଂକର ।
ଘର ରାସ୍ତା ପୋଲ ଗଢ, ପିଲାକୁ
ରାସ୍ତାରେ ଗଡାଇ
ଦେଶ ପ୍ରଗତିରେ ସେ ଜାଗ୍ରତ, ଭାବୁଛେକି
କେହି ଭଉଣୀ ଭାଇ ।
ଯାହା ଏ ଚଉଦିଗେ ଦେଖୁ ଅଛି,
ସବୁତ ତୁମରି ଦାନ
କିନ୍ତୁ ତୁମର ଶ୍ରମକୁ ଶୋଷି ନେଇ,
ତଳେ ତୁମର ସ୍ଥାନ ।
ସେଥିପାଇଁ, ଦୁନିଆର ଶ୍ରମିକ ଏକ ହୁଅ,
ହେଲା ଡାକରା
ପୁଂଜିପତିର ବନ୍ଧନୁ ମୁକ୍ତ ପାଇଁ,
ପାଳୁଛେ ମେ ଏକ ପରା ।
