STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ନୀଳବର୍ଣ୍ଣ ଶୃଗାଳ କଥା

ନୀଳବର୍ଣ୍ଣ ଶୃଗାଳ କଥା

1 min
270


ବିଲୁଆ ବଡ଼ ଚତୁର ପଇଡ଼ ମଧୁର

     ଗପଟିଏ ଶୁଣ ନୀଳବର୍ଣ୍ଣ ଶୃଗାଳର ll

ଅଗ୍ନାଅଗ୍ନି ବନସ୍ତରେ ବିନ୍ଧ୍ୟଗିରି ପାଶ

  ଶୃଗାଳ ଗୋଟିଏ ଭାଇ କରୁଥିଲା ବାସ ll


ସ୍ୱଭାବେ ଚଞ୍ଚଳ ସେହି ଅତୀବ ଚପଳ

   ବୁଲୁଥାଇ ନିତିଦିନ ଗ୍ରାମ ତୋଟାମାଳ ll

ଏକଦିନେ ବୁଲୁଁ ଧୋବିକୁଣ୍ଡେ ପଡ଼ିଗଲା

   ନୀଳବର୍ଣ୍ଣ ଶରୀର ତା ବିଚିତ୍ର ଦିଶିଲା ll


ଜଙ୍ଗଲରେ ଚାଲିଥିଲା ଦିନେ ପଶୁସଭା

  ନୀଳବର୍ଣ୍ଣ ବିଲୁଆଟି ଯାଇ ହେଲା ଉଭା ll

ସଭାରେ ଉଭା ଅଛନ୍ତି ପଶୁରାଜ ସିଂହ

  ବିଲୁଆ କହଇ ଦେଖ ଏ ଚିତ୍ରିତ ଦେହ ll


ତୁମ୍ଭ ମାନଙ୍କର ମୁହିଁ ରାଜା ହେବାପାଇଁ

  ସରଗରୁ ବିଧି ମୋତେ ଛନ୍ତି ପଠିଆଇ ll

ନୀଳବର୍ଣ୍ଣ ହେଲା ତହୁଁ ଜଙ୍ଗଲର ରାଜା

   ସର୍ବପଶୁ ମିଳି ତାଙ୍କ କଲେ ପାଦପୂଜା ll


ଏକ ସନ୍ଧ୍ୟାରେ ପଶୁଙ୍କ ସଭା ଚାଲିଥିଲା

   ହୁକେ ହୋ ହୁକେ ହୋ ବଣରୁ ଶୁଭିଲା ll

ସ୍ୱଭାବ ବଶରେ ରାଜା ନେଳିଆ ଶୃଗାଳ

  ସୁସ୍ଵରରେ ରଟିଦେଲା ହୁକେହୋ ଗୋଳ ll


ଆମ ରାଜା ଶୃଗାଳଟା ପଶୁ ଗଲେ ବୁଝି

   କହନ୍ତି ଏଇଟା ଗୋଟେ ମସ୍ତବଡ଼ ପାଜି ll

ଆସିଗଲେ ତହୁଁ ସବୁ ହାତେ ଯଷ୍ଠି ଧରି

   ପିଟିପିଟି ନେଳିଆକୁ ପକାଇଲେ ମାରି ll


ନୀଳ ବର୍ଣ୍ଣ ଶୃଗାଳର ଶେଷ ରାଜ ପଣ

   ସିଂହ ପୁଣି ସିଂହାସନ କରିଲେ ମଣ୍ଡନ ll

ଶିଶୁ ଗଳ୍ପଟିର ଏହା ନିଷ୍କର୍ଷ ରହିଲା

     କପଟାଚରଣ ଭାଇ ନକରିବ ଭଲା ll


କପଟ ଆଚରଣର ଦେଖିଲଟି ଫଳ

    କପଟରୁ ମଲା ନୀଳବର୍ଣ୍ଣର ଶୃଗାଳ ll

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational