STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଧିକ ତୁମ ମଣିଷ ପଣିଆ

ଧିକ ତୁମ ମଣିଷ ପଣିଆ

1 min
207

ମୋର ବା ଭୁଲ କଣ,,,,ଥିଲା ?  

ବୋଉଲୋ

ବାପା ମାଆ ର ମହାମିଳନରୁ

ମୋତେ ସ୍ଥାନ ଦେଲୁ ତୋ ଗର୍ଭରେ

କେତେ ଜପ ତପ

ଓଷା ବ୍ରତ ଉପବାସ କରି,,,


କେତେ ଆଶା କେତେ ଆକାଂକ୍ଷ ଥିଲା ମୋ ମନରେ

ମୁଁ ବି ଜନ୍ମ ନେବି

ଦୁନିଆଁ ଦେଖିବି

ଖେଳିବି ଡେଇଁବି

କିନ୍ତୁ ମୋର ବା କି ଦୋଷ ଥିଲା,,?


ଅନ୍ଧାର ର କାରାଗାରୁ ମୁକ୍ତିର ଆଲୋକ ସ୍ୱାଦ ପାଇବା ପୂର୍ବରୁ

କୁଆଁ କୁଆଁ ଡାକିବା ପୂର୍ବରୁ

ସବୁ ସୁଖ,ସ୍ୱାଛନ୍ଦ୍ୟକୁ ବଳିଦେଇ

ପୁଅ ଟିଏ ଆଶା ନେଇ

ଭ୍ରୁଣ ଚିହ୍ନଟ କେନ୍ଦ୍ରରେ

ଚିହ୍ନଟ ହେଲାପରେ

କନ୍ୟା ସନ୍ତାନ ଥିବା ଜାଣି

ମାତୃତ୍ୱକୁ ବଳି ଦେଇ

ତମେ ଯନ୍ତ୍ରମାଧ୍ୟମରେ ମୋତେ ଖଣ୍ଡବିଖଣ୍ଡ କରିଦେଲ

ପ୍ରସବ କରେଇ ଫିଙ୍ଗି ଦେଲ

କେଉଁ ଏକ ଅଜଣା ଜାଗାକୁ

କୁକୁର ଖାଇବାକୁ

ଧିକ ତୁମର ମାଆ ପଣିଆ

ଧିକ ତୁମର ବାପା ପଣିଆ

ଧିକ ତୁମର ମଣିଷ ପଣିଆ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational