ଧୈର୍ଯ୍ୟ
ଧୈର୍ଯ୍ୟ
କୃଷକ କୋଦାଳ ର ଠନ୍ ଠନ୍ ଶବ୍ଦ ରୁ
ଉପାସିଆ ଡାକ ଟିଏ ଶୁଣିଥିଲି ଦିନେ।
ଶୁଖିଲା ନଡ଼ା କୁ ଚୋବାଉ ଥିବା
ଶବ୍ଦ ରୁ ବନ୍ଧନ ର ଧୂନି ଟିଏ ଶୁଣିଥିଲି,
ସେଦିନ "ପାପା"ଙ୍କ କୋଳରେ ବସି
ଅନେକ କାନ୍ଦିଥିଲି............।
ବିନା ଦୋଷରେ ନିରୀହ ବଳଦ କୁ
ବାଜୁଥିବା ଚାବୁକ୍ ର ପ୍ରହାର
ମୋ ହୃଦୟରେ ଅନେକ କ୍ଷତ କରିଥିଲା ।
ବଳଦ ର ଆଖିରୁ ଝରୁଥିବା ଅଶ୍ରୁ ରେ
ମୋ ଅଶ୍ରୁ ସେଦିନ ମିଶି ଯାଇଥିଲା ।
ପାପା ଙ୍କୁ ପ୍ରଶ୍ନ କରିଥିଲି
ସେ ତ କର୍ମ କରି ଚାଲିଛି ତେବେବି
ଅଯଥା ରେ ଏ ଯନ୍ତ୍ରଣା ତାକୁ
ମିଳୁଛି କାହିଁକି ପାପା...?
ପାପା ଙ୍କ ମୁହଁରେ ଝରିଯାଇଥିଲା
ଭାବନା ମିଶା ସ୍ନେହ ର ଶବ୍ଦ ଟେ,
ତୋ ଭଳି ସମସ୍ତେ ସିଣ୍ଡ୍ରେଲା ନୁହଁନ୍ତି ଯେ
ହୀରା ର ଜୋତା ଟେ ତାକୁ ମିଳିଯିବ,
ଏ ଜୀବନ କର୍ତ୍ତବ୍ୟ ର ଅଧିନ
ଧୈର୍ଯ୍ୟ ହିଁ ସଫଳତା ର ମାର୍ଗ
ତୁ ଯେବେ ବଡ଼ ହେବୁ
ସେଦିନ ବୁଝିବୁ ......।
ତମ ପରେ ଅନେକ ବଡ଼ ହୋଇଗଲି ପାପା
ଛୋଟ ବୟସ ରୁ.....
ସିଣ୍ଡ୍ରେଲା ର ଗୋଟେ ହଳ ଜୋତା ବି
ହଜିଗଲା......
ଜହ୍ନ ଦେହରେ ଗ୍ରହଣ ଲାଗିଗଲା,
ଶ୍ରାବଣୀ ର ଧାରା ରେ
ଅନେକ ଥର ସିକ୍ତ ହେଲି......।
ତୁମ କଥା ମନେ ପଡ଼ିଲା,
ଜୀବନ ଯେ ଏକ ମୁକ୍ତ ବିହଙ୍ଗ
ଉଡିଯିବା କ୍ଷଣ ରେ ଥାଏ ।
ବେହିସାଵ ସମୟ
ଅଗଣିତ ସ୍ନେହ ଭିତରେ
ସ୍ମୃତି କୁ ଧରି
ନିରୋଳା ରେ ହସୁଥିବା ଜୀବନ ।
ପାଖରେ ଥିଲେ,
କାହାର ମୂଲ୍ୟ ବୁଝା ପଡେନା
ମୂଲ୍ୟ ତ ବୁଝାପଡ଼େ
ଜୀବନ ଫେରିଯିବା ପରେ ।
ଗୋଟିଏ ଜହ୍ନ
ଅନେକ ସରାଗ
ବିଞ୍ଚିହୋଇଯାଉଥିବା ଜୋସ୍ନା ଭିତରେ
ଏକାନ୍ତରେ ହସୁଥିବା ନୀରବତା।
ଏଇ ଏକାନ୍ତରେ ହସୁଥିବା ଜୀବନଟା
ଏକ ଆବିଳତା ଶୁନ୍ୟ ମନ ର
ଗୋଠ ଭିତରେ ଥାଇ ବି
ଚିତ୍କାର କରି କହେ
ମୁଁ ଶୁନ୍ୟତା କୁ ଭଲପାଏ।