STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଧାରା ଶ୍ରବଣର ଗୀତ

ଧାରା ଶ୍ରବଣର ଗୀତ

1 min
229


ଧରା ଶ୍ରାବଣର ଚିତ୍ର ଆଙ୍କିବ ୟେ କଳ୍ପନା କବିତା ମୋର

ଆଗଭଳି ନାହିଁ ଶ୍ରାବଣ ଯେହେତୁ ଅନୁଭବ “କରିବାର-

ନାହିଁ” ମୁଁ ସେପାଇଁ ଆଙ୍କୁଅଛି ଚିତ୍ର ଶ୍ରାବଣ ବରଷା କଥା

ମୋ କଳ୍ପନା ଗୀତର ଅମୀୟ ଛନ୍ଦ ହରଣ କରିବ ବ୍ୟଥା ।।


ଅବିରାମ ଗତି ଶ୍ରାବଣ ଆକାଶୁଁ ଝରିପଡେ ବାରି ଧାରା

ମାରୁଛି ବିଜୁଳି ମାରେ ଘଡଘଡି ତୁହାକୁ ତୁହା ଅସରା

ଢାଳେ କଳା ବଳାହକ ଆକାଶରୁ ବାଦଲ ଗଲାକି ଫାଟି

କର୍ଦମାକ୍ତ ସାରା ଏହି ଜନପଦ ଛତୁ ଫୁଟେ ଫାଟି ମାଟି ।।


ମାଳ,ମାଳ ବେଙ୍ଗ,ବେଙ୍ଗୁଲୀ ରବ ରେ କାନରେ ଅତଡା ପଡେ

ସଞୁଆ ଅନ୍ଧାର ରାତିରେ ଆଲୋକ ଜାଳିଣ ଖଦ୍ୟୋତ ଉଡେ 

ସୁରୂଯ କିରଣ ପଡେନାହିଁ ରାତି ଆକାଶରେ ଜହ୍ନ ତାରା

ଦିଶୁନାହିଁ ମେଘ ଘୋଡାଇ ରଖିଛି ଆକାଶ ଗୋଟାକ ସାରା ।।


ନଦୀ,ନାଳ,ପୁଷ୍କରିଣୀ ପୂର୍ଣ୍ଣଗର୍ଭା ବନ୍ୟାର କରାଳ ଗତି

ଉଜାଡି ନେଉଛି ଚାଷୀର ସପନ ଯେତେ ଶିରାବଣ ରାତି

ପବନ ପ୍ରଖର ବର୍ଷା ଧାର ଧାର ଦୁଃଖର ସୁଖର କଥା

ଫେଣ୍ଟାଫେଣ୍ଟି ଏହି ଧାରାଶିରାବଣ ଦିଏ ନିଏ କେତେ ବ୍ୟଥା ।।


ଆଜିର ଶ୍ରାବଣ ଅନୁଭବେ ମୋର ପାଣି ନାହିଁ ଜମି ଶୁଖା

ଫୁରୁ ଫୁରୁ ହୋଇ କଦବା କେମିତି ହୁଏ କାହିଁ ନାହିଁ ଅବା

ବେଙ୍ଗ ରବ କାହିଁ କାନରେ ବାଜୁନି ଖଦ୍ୟୋତ ଉଡ଼ନ୍ତି ନାହିଁ

ଶୁଷ୍କ ନଦୀ ନାଳ ସପନେ ହେଲେବି ଶ୍ରାବଣ ଆସଇ ନାହିଁ ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract