Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଧାରା ଶ୍ରାବଣ

ଧାରା ଶ୍ରାବଣ

1 min
310


ବରଷେ ବରଷା ବାରି ଅବିରତ

ଶିରେ ଶୋହେ ଶିରାବଣ ପାଶୁପାତ

ବିଷେ ବିଷଜ୍ଵାଳା  ଅନଙ୍ଗ ଦହୁଛି

ମୁଣ୍ଡେ ମନ୍ଦାକିନୀ ଶୀତଳ ଢାଳୁଛି

      ଥମିନାହିଁ ବିଷଜ୍ଵାଳା

ଶ୍ରେଷ୍ଠ ଶିରାବଣ  ହସ୍ତକୁ ପ୍ରସାରି

     ଢାଳୁଅଛି ବାରି ଧାରା ।


ଭକ୍ତେ ଭକ୍ତିଭରେ   ବୁଡ଼ାନ୍ତି କଳସୀ

କାନ୍ଧେ କାନ୍ଧଭାରେ ବୋହି ଲଭେ ଖୁସି

ଢାଳ ଢାଳ ଜଳ ଢାଳନ୍ତି  ଶ୍ରୀ ଲିଙ୍ଗେ

ଶୀତଳ ସମୀର ଶ୍ରୀ ପଦେ ଶ୍ରୀ ଅଙ୍ଗେ

     ତୁଣ୍ଡେ ନାମ ପଶୁପତି

ଚାଲି ଖାଲି ପାଦ  ହୋଇ ପଥ କ୍ରାନ୍ତ

    ଲଭେ ସେ ମନରେ ଶାନ୍ତି ।


ଅସରା ଅସରା   ବର୍ଷା ବରଷଇ

ଲୁଚି ଲୁଚକାଳି ଖେଳେ ଖରାଛାଇ

ଉଷ୍ମ ଶିତଳତା  ସମେ ସମାହାର

ଚଷେ ଚଷାଭାଇ କ୍ଷେତେ ଯୋଚି ହଳ

    ଆନନ୍ଦେ ଗାଏ ସେ ଗୀତ

ଭରିବ ଅମାର   ଦେବ ସେ ଆହାର

    ରହିଛି ଚାହିଁ ଜଗତ ।


କୋପେ କୋପାନଳ ସ୍ୱର୍ଗେ ସଚୀସାଇଁ

ଚହଟାଇ  ଚଉଦିଗେ  ଚମକାଇ

ସ୍ୱର୍ଗୁ ସ୍ୱର୍ଗରାଜ   ବାଣକୁ ନ ସହି

ଭୁକମ୍ପେ ଭୁଧର ଡାକେ ତ୍ରାହି ତ୍ରାହି

    ରକ୍ଷା କର ସଚୀସାଇଁ

ଆଘାତେ ଜଗତ ହୋଇବ ନିପାତ

    କୋଳ ଖାଲି କର ନାହିଁ ।


Rate this content
Log in

Similar oriya poem from Inspirational