STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଧାଡ଼ି

ଧାଡ଼ି

1 min
243

ଏଠି ଧାଡ଼ି ଟିଏ ଲମ୍ବିଯାଇଛି 

ସେ ଦିଗବଳୟ ଆଡେ଼

ନିଜ ନିଜ କର୍ମର ଉପକରଣ ଧରି

ଧୀରେ ଧୀରେ ଅଗ୍ରସର ହୁଅନ୍ତି ସଭିଏଁ

କେଉଁ ଏକ ଅଜଣା ଠିକଣା ଅଭିମୁଖେ

କେଜାଣି ସେଠି ଖାଇ ଅଛି କି ଘାଇ ଅଛି

କାହାକୁ ବା ଜଣା !


କେବେ ହୁଏ ଠେଲାପେଲା ସେଠି

ଧନୀ ଦରିଦ୍ର ଭିତରେ

ଛୋଟ ଓ ବଡ଼ ମଧ୍ୟରେ

ସବଳ ଦୁର୍ବଳ ମଧ୍ୟରେ

ଆଗକୁ ଧସେଇ ପଶିବାକୁ

କିଏ ଜାଣେ ଆଗରେ କା ଲେଖା ଅଛି

ଚୋରାବାଲିର ଶେଷଧାଡିଟିଏ !


କିଛି ହାତ ମିଶିଯାଏ ଏଠି

କିଛି ହାତ ଖସିଯାଏ 

ବିଶ୍ବାସଘାତର ତୈଳାକ୍ତ ପରସ୍ତରେ

ଆଖି ଆଗେ ଖସିଯାଏ ଅନେକ ପାଦ

ସମୟର ଅଚିହ୍ନା ଘାଟିରୁ

ତଥାପି ଏ ପ୍ରତିଯୋଗିତାର ମୋହ

ବାନ୍ଧି ରଖିଛି ନିଶା ଓ ପେଶାକୁ। 


ଏଠି ଖସିଯାଏ ନିଶ୍ଵାସ ସବୁ

ବିଶ୍ୱାସର ହାତମୁଠାରୁ

ଚାହୁଁ ଚାହୁଁ ବାଲିପରି

ରିକ୍ତ କରି ଭାଗ୍ୟରେଖାକୁ

ଅସହାୟତାର ଶେଷ ବିଛଣାରେ

ଦୂରତାର ଅବାଧ୍ୟ ଶିକୁଳି ପରାସ୍ତ ହୁଏ

ଜୀବନର ଦ୍ଵନ୍ଦ ଯୁଦ୍ଧରେ। 


ଏ ସୀମାହୀନ ଧାଡ଼ିରେ

ଭିଡ଼ ଜମାଉଥିବା ଆରକ୍ତ ଚେହେରା

ଜଣଜଣ କରି ହଜିଯାନ୍ତି ଆଖି ପିଛୁଳାକେ

ପାଦ କାହିଁ ଥରିଉଠେ

ଦେଖି ଦେଖି ଏ ଅଲିଭା ଜୁଇକୁ

କେଜାଣି ବାଜିବ କାଳେ

ନିଜଦେହରେ ଅକସ୍ମାତ

ଏକ ପୂର୍ଣଛେଦର ନିର୍ଘାତ ପ୍ରହାର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract