STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଧାବିକ

ଧାବିକ

1 min
11.8K

ମୁଁ କି ସେଇ ଅସମର୍ଥ ଧାବିକ ଟିଏ

ସମାଜ ସହ ପାଦ ମିଶେଇ ପାରୁନି ଚାଲି

ମୁହୁର୍ମୁହୁ ବଦଳୁଥିବା        

  ଛଳନାମୟ ଏ ସମାଜ  

      ଅନ୍ଧକାରକୁ ମୋତେ ଦେଉଛି ଠେଲି  


ଆବେଗକୁ ଧକ୍କା ମାରି ,

    ଅବାସ୍ତବକୁ କୋଳେଇ ଧରି 

       ଅତି ସମୀପରୁ ବହି ଯାଉଛି ଏ ପବନ

ନିଜ ସ୍ୱାର୍ଥର ରାଜମହଲ 

           ତୋଳିବାରେ ସମାଜ ରହୁଛି ମଗନ 

 

ଯେବେ ବି ଦେଖୁଛି ଏ ଭୂମିକୁ 

                ଅତି ସନ୍ନିକଟରୁ  

   ଦେଖୁଛି ଖାଲି

  ଇଚ୍ଛା , ଆଶା ଓ ଭାବନା ର ମଶାଣି ଭୂଇଁକୁ


ଅଣନିଶ୍ବାସୀ ଲାଗୁଛି ଏଇ ବାତାବରଣରେ  

          ମନରେ ସଦା ଏକ ପ୍ରଶ୍ନ ଉନ୍କି ମାରେ

  

ମୁଁ କି ସେଇ ଅସମର୍ଥ ଧାବିକଟିଏ

         ସମାଜ ସହ ପାଦ ମିଶେଇ ପାରୁନି ବୋଲି  

            ପରିବର୍ତ୍ତନ କୁ ଦୋଷାରୋପ କରିଛି ଚାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy