ଧାବିକ
ଧାବିକ
ମୁଁ କି ସେଇ ଅସମର୍ଥ ଧାବିକ ଟିଏ
ସମାଜ ସହ ପାଦ ମିଶେଇ ପାରୁନି ଚାଲି
ମୁହୁର୍ମୁହୁ ବଦଳୁଥିବା
ଛଳନାମୟ ଏ ସମାଜ
ଅନ୍ଧକାରକୁ ମୋତେ ଦେଉଛି ଠେଲି
ଆବେଗକୁ ଧକ୍କା ମାରି ,
ଅବାସ୍ତବକୁ କୋଳେଇ ଧରି
ଅତି ସମୀପରୁ ବହି ଯାଉଛି ଏ ପବନ
ନିଜ ସ୍ୱାର୍ଥର ରାଜମହଲ
ତୋଳିବାରେ ସମାଜ ରହୁଛି ମଗନ
ଯେବେ ବି ଦେଖୁଛି ଏ ଭୂମିକୁ
ଅତି ସନ୍ନିକଟରୁ
ଦେଖୁଛି ଖାଲି
ଇଚ୍ଛା , ଆଶା ଓ ଭାବନା ର ମଶାଣି ଭୂଇଁକୁ
ଅଣନିଶ୍ବାସୀ ଲାଗୁଛି ଏଇ ବାତାବରଣରେ
ମନରେ ସଦା ଏକ ପ୍ରଶ୍ନ ଉନ୍କି ମାରେ
ମୁଁ କି ସେଇ ଅସମର୍ଥ ଧାବିକଟିଏ
ସମାଜ ସହ ପାଦ ମିଶେଇ ପାରୁନି ବୋଲି
ପରିବର୍ତ୍ତନ କୁ ଦୋଷାରୋପ କରିଛି ଚାଲି
