STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଦଗ୍ଧିତ ଧରଣୀ

ଦଗ୍ଧିତ ଧରଣୀ

2 mins
377

ଋତୁ ଅନୁଭବ କମି କମି ଆସେ

କେବଳ ଗ୍ରୀଷମ କାୟା ବିସ୍ତାରେ 

ସୂର୍ଯ୍ୟଦେବଙ୍କର ପ୍ରକୋପେ ସତେକି

ଧରଣୀ ରାଣୀ ତା ଆଭା ହରାଏ ।


ଧରଣୀ ମାଆର ଆକୁଳ କ୍ରନ୍ଦନ

ଜଳି ଯାଉଛି ତା ସବୁଜ ଶାଢୀ

ଧରଣୀ ମାଆ ଯେ ଆଁ କରି ଚାହେଁ

ଆକାଶକୁ ମାଗେ ଶୀତଳ ବାରି ।


ତା ସବୁଜ ଶାଢୀ ଧୂସର ହୋଇଛି

ତା ଜୀବ ଜଗତ ଦଗ୍ଧ ହେଉଛି

ବୃକ୍ଷରାଜି ତାର ଜଳି ଝାଉଁଳୁଛି

ପକ୍ଷୀ କୂଳ କାହିଁ ଠାବ ନ ପାନ୍ତି ।


ତା ବୁକେ ବାଟୋଇ ଚାଲି ଥକି ଯାଏ

ପାଏନି ଟିକିଏ ଛାୟାର ରାହା

ଦଗ୍ଧ ଧରଣୀର ବୁକୁ ଭରା କୋହ

ହୋଇ ପାରୁନି ସେ କାହାର ସାହା ।


ଦଗ୍ଧିତ ଧରଣୀ ବାହୁନି କାନ୍ଦୁଛି

ତା ଜୀବ ଜଗତ ଦୁଃଖକୁ ଦେଖି

ତା ବନ୍ୟ ସମ୍ପଦ ପଶୁ ପକ୍ଷୀ ବୃନ୍ଦ

ଜଳ ବିନା ଆହା କି ନିରିମାଖି ।


ଦଗ୍ଧିତ ଧରଣୀ ବିକଳ କାନ୍ଦଣା

ମନରେ କରୁଛି ଭିତି ସଂଚାର

ମଣିଷ ବି ଆଜି ଛଟପଟ ହୁଏ

ଆକୁଳେ ଖୋଜୁଛି ଶାନ୍ତିର ଘର ।


ଦଗ୍ଧିତ ଧରଣୀ ବାହୁନି କାନ୍ଦୁଛି

ମଣିଷକୁ ଆଜି ପଚାରେ ପ୍ରଶ୍ନ

ଉନ୍ନତି ନାମରେ ଦୁର୍ଗତିକୁ କିମ୍ପା

ଡାକୁଛ କାହିଁକି ଶ୍ରେଷ୍ଠ ସୃଜନ ।


ଦଗ୍ଧିତ ଧରଣୀ ତତଲା ଲୁହ ଯେ

ତାପିତ କରୁଛି ସାରା ସଂସାର

ଛାତି ଫଟା କୋହେ ବିନତୀ କରୁଛି

ଫେରାଇ ଦିଅ ମୋ ଶିରୀ ସମ୍ଭାର ।


ଦଗ୍ଧିତ ଧରଣୀ ସନନ୍ଦ ଲେଖୁଛି

ଆହେ ଶ୍ରେଷ୍ଠ ଜୀବ ଶୁଣ ମୋ କଥା

ତୁମେ ବି ତ କଷ୍ଟେ ଛଟପଟ ହୁଅ

ଚିନ୍ତା କରି କୁହ ସାଧନ ପନ୍ଥା ।


ଦଗ୍ଧିତ ଧରଣୀ ଜୀର୍ଣ୍ଣ ଶୀର୍ଣ୍ଣ ଦେହେ

ମାନବେ ମାଗଇ ଜୀବନ ଭିକ୍ଷା

ଏ ପୃଥିବୀ ହେଉ ଋତୁମୟ ପୁଣି

 ଉତ୍କଟ ଜ୍ୱଳନୁ କର ହେ ରକ୍ଷା ।


ସବୁ ଋତୁ ସଙ୍ଗେ ଗ୍ରୀଷମ ବି ଆସୁ

ସୀମା ନଲଙ୍ଘୁ ଏ ଗ୍ରୀଷ୍ମପ୍ରବାହ

ଏଥିପାଇଁ ଆହେ ହେ ମଣିଷ ଜାତି

ତୁମେ ଅଟ ପୁଣି ହେ ବାର୍ତ୍ତାବହ ।


ଦଗ୍ଧିତ ଧରଣୀ ଶୂନ୍ୟ ଗର୍ଭା ହେଲେ

ତୁମେ କି ଖୁସୀରେ ରହି ପାରିବ

ଜୀବନ ଯନ୍ତ୍ରଣା ତୁମେ ବି ଭୋଗିବ

ଭବିଷ୍ୟତ ହେବ ଅନ୍ଧାର ମୟ ।


ଦଗ୍ଧିତ ଧରଣୀ ଚିନ୍ତା ମଗ୍ନ ହୋଇ

ସୂର୍ଯ୍ୟ ଦେବ ପାଖେ ହୁଏ ନିଊନ

ଆହେ ସୂର୍ଯ୍ୟଦେବ ହେଳେ ଦୟାକର

ପ୍ରଖରତା ହ୍ରାସ କର ତପନ ।


ଉତ୍କଟତା ଛାଡ଼ି ବିଧିବତ୍ତା ଦିଅ

ତୁମରି କିରଣ ବିଶ୍ଵାସ ବାଣ୍ଟୁ

ନିଷ୍କ୍ରିୟ ମଣିଷ ସକ୍ରିୟ ହେଉ ହେ

ସଂଯମତା ଗୁଣ ଆବୋରି ବସୁ ।


ଦଗ୍ଧିତ ପୃଥିବୀ ଅନୁନୟ ହୋଇ

ମାନବେ କରଇ ଯେ ଅନୁରୋଧ

ବ୍ୟକ୍ତି ସ୍ଵାର୍ଥ ପାଇଁ ଏ ବିଶ୍ଵ ଭୁବନେ

ହାହାକାର ରଚ ନାହିଁ ମାନବ ।


ପୁସ୍ତକ ଜ୍ଞାନକୁ ସତ୍ କର୍ମେ ଲଗାଇ

ଏ ଧରାକୁ କର ବିଭାମଣ୍ଡିତ

ଲିଭି ଯାଉ ଯେତେ ଜ୍ଵାଳା ଓ ଜ୍ୱଳନ

ବହୁ ଏ ଧରାରେ ଶାନ୍ତିର ସ୍ରୋତ ।

  


Rate this content
Log in

Similar oriya poem from Inspirational