STORYMIRROR

Pranati Acharya

Romance Classics Others

3  

Pranati Acharya

Romance Classics Others

ଦଗ୍ଧୀଭୂତ ଅନୁତାପ

ଦଗ୍ଧୀଭୂତ ଅନୁତାପ

1 min
192


ଚେନାଏ ହସରେ ଲିଭିଯାଏ ସବୁ ଦଗ୍ଧୀଭୂତ ଅନୁତାପ

 ଅଲେଖା ଶଦ୍ଦରେ ସୃଷ୍ଟି ହୁଏ ପୁଣି ଭସ୍ମୀଭୂତ ଶୀଳା ଦ୍ବୀପ ।। 


ଅକୁହା କଥାରେ ବାରି ହୋଇଯାଏ ଅନ୍ତର ଗହନ କଥା

 ଭାବନାରେ ବସି ଭାବି ହେଉଥାଏ ମନେ ପକାଇବା ବୃଥା ।। 


ଭାବନାର ଢେଉ ଦୋଳି ଖେଳୁଅଛି ସ୍ତୁପ ଜାଗତିକ ସ୍ମୃତି

 କାଳର କରାଳେ ଲିଭି ଯାଏ ସବୁ ଲୀନ ହୁଏ ପ୍ରତିଶ୍ରୁତି ।।


 ଅସ୍ତିର ଜୀବନ ବିଚଳିତ ମନ ହୃଦ ବିଦାରିତ ହୁଏ ତ ଭାରି

 ସମୟର ଗତି ନ ମାନେ ବିରତି ଆଶାର ଦିପାଳି ଯାଏ ମଉଳି ।। 


ଦଗ୍ଧ ପ୍ରାଣ ପିଣ୍ଡ ବିଦଗ୍ଧର ଭାଷା ହୃଦୟ ବିଦାରି ଦେଲା

ଅନୁତାପେ ଯେତେ ଆଶା ପ୍ରତିଶ୍ରୁତି ଦଗ୍ଧୀଭୂତ ହୋଇଗଲା ।।


Rate this content
Log in

Similar oriya poem from Romance