ଦେଶ ବନ୍ଦନା : ସୁନ୍ଦର ମୋ ଭାରତ ଦେଶ -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ସୁନ୍ଦର ମୋ ଭାରତ ଦେଶ -ଡକ୍ଟର କୃତ୍ତିବାସ ନାୟକ


ସୁନ୍ଦର ମୋ ଭାରତ ଦେଶ ସୁନ୍ଦର ତା' ସବୁଜ ବନ-
ସୁନ୍ଦର ତା' ପାହାଡ଼ ନଈ |
ଦେବତା ବୃକ୍ଷ-ଲତା ତା'ର ପଥର ପୁଣି ହୁଏ ଠାକୁର
ମାଆପରି ତା' ସୁଧାର ଗାଈ (ଘୋଷା)
ଏଇ ମାଟିର ମଧୁର ଫଳ, ଦେହରେ ମୋର ଦେଉଛି ବଳ;
ଏଇଠି ଯିଏ କରନ୍ତି ବାସ- ସକଳେ ମୋ ଭଉଣୀ ଭାଇ |
ସୁନ୍ଦର ମୋ ଭାରତ ଦେଶ ସୁନ୍ଦର ତା' ସବୁଜ ବନ-
ସୁନ୍ଦର ତା' ପାହାଡ଼ ନଈ | (1)
ଏହି ଦେଶର ପାଣି ପବନ ଗଢିଛି ମୋର ଦେହ ଜୀବନ,
ପାଇଛି ଯାହା ଦେଇଛି ମାଆ, ତା' ସାଥେ କା'ର ତୁଳନା ନାହିଁ |
ସୁନ୍ଦର ମୋ ଭାରତ ଦେଶ ସୁନ୍ଦର ତା' ସବୁଜ ବନ-
ସୁନ୍ଦର ତା' ପାହାଡ଼ ନଈ | |(2)
ଏହି ଦେଶର ପୁରୁଷ ନାରୀ, ସଭିଏଁ ମୋର ନିଜର ପରି;
ତାଙ୍କରି କୋଳେ ବଢିଛି ମୁହିଁ, କେତେ ଶରଧା ଭରସା ପାଇ |
ସୁନ୍ଦର ମୋ ଭାରତ ଦେଶ ସୁନ୍ଦର ତା' ସବୁଜ ବନ,
ସୁନ୍ଦର ତା' ପାହାଡ଼ ନଈ | (3)