ଦେଶ ବନ୍ଦନା : ଜୟ ଜୟ ପୁଣ୍ୟଭୂମି -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା : ଜୟ ଜୟ ପୁଣ୍ୟଭୂମି -ଡକ୍ଟର କୃତ୍ତିବାସ ନାୟକ


ଜୟ ଜୟ ପୁଣ୍ୟଭୂମି ମାଆ ମୋର ଭାରତ,
ଆମେ ତୋ' ସନ୍ତାନ ପୁଣି ସେବାକାରୀ ଭକତ | (ଘୋଷା)
ତୋ' ନଦୀ-ନାଳର ଜଳ ଆମପାଇଁ ଜୀବନ,
ସଂପର୍କର ସେତୁ ବାନ୍ଧେ ଆକାଶର ପବନ |
ତୋର ବନ-ଗିରି-ଲତା ଦେଖିହୁଏ ମୋହିତ |
ଜୟ ଜୟ ପୁଣ୍ୟଭୂମି ମାଆ ମୋର ଭାରତ,
ଆମେ ତୋ' ସନ୍ତାନ ପୁଣି ସେବାକାରୀ ଭକତ |(1)
ତୋର ହୃଦ ସ୍ପନ୍ଦନରେ ମୁହିଁ ପରା ନିଃଶ୍ଵାସ,
ତୋ' କୋଳେ ମୁଁ ସୁରକ୍ଷିତ ରହିଛି ଏ ବିଶ୍ୱାସ |
ତୋ' ସୁରକ୍ଷା ପାଇଁ ଦେଲେ ଦେବୁ ଆମେ ରକତ |
ଜୟ ଜୟ ପୂଣ୍ୟଭୂମି ମାଆ ମୋର ଭାରତ,
ଆମେ ତୋ' ସନ୍ତାନ ପୁଣି ସେବାକାରୀ ଭକତ |(2)
ତୋ' ମାଟି କାଦୁଅ ସିନା ମୋର ମଥା ଚନ୍ଦନ,
ତୋର ସୁନା ଫସଲରେ ଗଢ଼ା ମୋର ପରାଣ |
ତୋ' ତ୍ରିରଙ୍ଗା ଉଡ଼ୁଥିଲେ ଚାହିଁଥିବି ଜଗତ |
ଜୟ ଜୟ ପୂଣ୍ୟଭୂମି ମାଆ ମୋର ଭାରତ,
ଆମେ ତୋ ସନ୍ତାନ ପୁଣି ସେବାକାରୀ ଭକତ |(3)