STORYMIRROR

KRUTIBAS NAYAK

Inspirational Children

4  

KRUTIBAS NAYAK

Inspirational Children

ଦେଶ ବନ୍ଦନା :ଜାଗରେ ଜାଗରେ ଜାଗରେ -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା :ଜାଗରେ ଜାଗରେ ଜାଗରେ -ଡକ୍ଟର କୃତ୍ତିବାସ ନାୟକ

1 min
236


ଜାଗରେ ଜାଗରେ ଜାଗରେ- ଜାଗରେ ଜାଗରେ ଜାଗରେ,

ଭାରତ ମାତାର ବୀର ସୈନିକ ଜାଗରେ ଜାଗରେ ଜାଗରେ |(ଘୋଷା)


ଅଇରି ଛୁଇଁଛି ମାଆର ମାଟି, ବୁକୁରେ ରକତ ଉଠିଛି ତାତି | 

ମାଆର ମହତ ରଖିବାକୁ ତୁମେ ଆଗେଇ ଆସ ବେଗରେ |

ଜାଗରେ ଜାଗରେ ଜାଗରେ- ଜାଗରେ ଜାଗରେ ଜାଗରେ,

ଭାରତ ମାତାର ବୀର ସୈନିକ ଜାଗରେ ଜାଗରେ ଜାଗରେ |(1)



ଲୁଚି ଛପି କରି ପଶିଛି ଯିଏ, ଜାଣିବ ଆମର ବଇରୀ ସିଏ |

ବିଜୟର ଟୀକା ଲଗାଇ ମଥାରେ ମାରିବା ତାକୁ ଆଗରେ |

ଜାଗରେ ଜାଗରେ ଜାଗରେ- ଜାଗରେ ଜାଗରେ ଜାଗରେ,

ଭାରତ ମାତାର ବୀର ସୈନିକ ଜାଗରେ ଜାଗରେ ଜାଗରେ |(2)



ରଖିବା ଆମେ ଜାତିର ପଣ, ଜୀବନ ଦେଇ କରିବା ରଣ |

ବଇରୀ ସୈନିକ ବିଲୁଆ ଛୁଆ ଆମେ ତ ସବୁ ବାଘରେ |

ଜାଗରେ ଜାଗରେ ଜାଗରେ- ଜାଗରେ ଜାଗରେ ଜାଗରେ,

ଭାରତ ମାତାର ବୀର ସୈନିକ ଜାଗରେ ଜାଗରେ ଜାଗରେ |(3)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational