STORYMIRROR

Ajay kumar Behera

Inspirational

4  

Ajay kumar Behera

Inspirational

ମୋ ବାପା

ମୋ ବାପା

1 min
119


ହାତ ଧରି ଯିଏ

ବାଟ ଚଲେଇ ଥାଏ

ତାଙ୍କ ପରି ଆଉ

ସତେ ହେବରେ କିଏ।


ସରଗଠୁ ବଡ଼

ସେଇ ପିତା ଆମରି

ସବୁ କାମେ ପୁଣି

ଲୋଡ଼ା ହୁଏ ତାଙ୍କରି।


ସତ୍ୟ,ନ୍ୟାୟ,ଧର୍ମ

ନୀତି ଶିକ୍ଷା ଦିଅନ୍ତି

ବିପଦେ ଆପଦେ

ସଦା ପାଖେ ଥାଆନ୍ତି।


ନିଜ ହାତ ଧରି

ସିଏ ବାଟ ଚଲାନ୍ତି

କେତେ କଥା କହି

ଦୁଃଖ ଦୂର କରନ୍ତି।


ଅଭାବ କଷଣ

ରଖି ନିଜ ପାଖରେ

ଖୁସି ଭରନ୍ତି ସେ

ସଦା ଆମ ମନରେ।


ମୋ ବାପା ସିଏ

ଆମ ଭାରି ନିଜର

ତାଙ୍କ ହୃଦୟ ତ

ସତେ କେଡ଼େ ସୁନ୍ଦର।



Rate this content
Log in

Similar oriya poem from Inspirational