STORYMIRROR

Sachidananda Kar

Inspirational

4  

Sachidananda Kar

Inspirational

ବୁଢ଼ୀ ଓ କୁନିପିଲା ସାନୁ

ବୁଢ଼ୀ ଓ କୁନିପିଲା ସାନୁ

1 min
326

ନଇଁ ନଇଁ ନଇଁ ବାଡିଟିଏ ହାତେ ଧରି

ଠୁକୁଠୁକୁ କରି ଯାଉଯାଉ ବୁଢ଼ୀଟିଏ

ବାବୁ ବାବୁ ବୋଲି କହି

ବାଟ କଢେ ଗଲା ରହି

ହାତ ଧରି ମୋର ସେପଟକୁ ଟିକେ

ପାରି କରିଦେବ କିଏ ।।


କିଏ ଶୁଣୁଥିଲା କଥାକୁ ତାହାର ସତେ

ଦଳ ଦଳ କରି ଲୋକ ଯାଉଥିଲେ ମାଡି

କିଛି କାଳ ଗଲା ଚାଲି

ଉଡୁଥିଲା ଧୂଳି ବାଲି

ପେଏଁ ପାଆଁ କରି କଳା ଧୂଆଁ ଛାଡି

ଗଡି ଯାଉଥିଲା ଗାଡ଼ି ।।


ଏତିକି ବେଳକୁ ସେଇ ବାଟ ଦେଇ ସାନୁ

ଚାହାଳିରୁ ତା'ର ଫେରୁଥିଲା ପଢା ସାରି

ବୁଢ଼ୀଟିକୁ ଦେଖି ଆହା

କହିଲା କି ହେଲା ମାଆ

ଯିବ ଯେବେ ଆସ ହାତ ଧରି ତୁମ

କରିଦେବି ମୁହିଁ ପାରି ।।


ପାରି ହୋଇ ବୁଢ଼ୀ ହସିଲା ମୁରୁକି ହସ

କହିଲା ବାବୁରେ ଭଲ ପିଲାଟିଏ ତୁହି

ଧନ୍ୟ ତୋର ବାପା ମାଆ

ସଦା ସୁଖୀ ହୋଇ ଥାଆ

ସତେ ତୋହପରି ଏଡ଼େ ଉପକାରୀ

କାହିଁ ତ ଦେଖିନି ମୁହିଁ ।।


ଅଚିହ୍ନା ବୁଢ଼ୀକୁ ଶେଷରେ ଜୁହାର କରି

କୁନିପିଲା ସାନୁ ଘରକୁ ଆସିଲା ଧାଇଁ

ବସି ଭାବିହେଲା ଯେତେ

ଖୁସି ହେଲା ସେତେ ସେତେ

ମନେହେଲା ତା'ର ହୋଇଛି ସେ ସୁଖୀ

ମାଆର ଆଶିଷ ପାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational