STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

କୁହୁକ ବନର ମହକ

କୁହୁକ ବନର ମହକ

1 min
290


ଭୁରୁ ଭୁରୁ ବାସେ କାହାର ମହକ

ଏ ତ ହେନା ଯାଇ ଯୁଇ ନୁହେଁ!,

ମହକ ସନ୍ଧାନେ ପହଂଚିଲି ଯାଇ

ଫୁଲ ଅରଣ୍ୟର ଦୁଆର ମୁହେଁ।


କୁନି କଳିକାଙ୍କ ସମ୍ଭାର ଦେଖିଲି

ଦୁନିଆ ଯାହାକୁ କୁହେ ଅନାଥ,

କୁହୁକ ବନର ତୁମେ ତ କଳିକା

ପୁଷ୍ପମୟ ହେଉ ତୁମରି ପଥ।


ଅନାଥ ନୁହଁ ଲୋ ତୁମେ ମାନେ ସବୁ

ଅନେକ ମାଆଙ୍କ ଗୁଣୀ ସନ୍ତାନ,

ପଥପ୍ରାନ୍ତେ ଯିଏ ଫିଙ୍ଗିଲା ତୁମକୁ

ଆତତାୟୀ ସିଏ ବୋଲଇ ଜାଣ।


ନିରୀହ ମୁହଁର ଚେନାଏ ହସରେ 

କିଣି ହୋଇଯାଅ କୋଟିଏ ମନ,

କରୁଣ ଚାହାଣି ବ୍ୟଥିତ କରଇ

ତୁମେମାନେ ପରା ଅମୂଲ୍ୟ ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational