STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
498


କୋମଳ ଚପଳ ଶିଶୁ ହିଁ' ସମ୍ପଦ 

   ଭବିଷ୍ୟତ  ସୁତ୍ରଧର , 

ଶିଶୁଙ୍କ ସୁରକ୍ଷା କରିବା ସର୍ଵଦା 

   ସରବେ  ଶପଥ କର। 


ସ୍ମୃତି ଚିତ୍ର ଆଙ୍କି ଯାଇଛନ୍ତି ହଜି 

    ଭୂତପୂର୍ବ  ମହାମନ୍ତ୍ରୀ , 

ସମର୍ପଣ ଛବି ଭାସିଉଠେ ଆଜି 

   ଜବାହାର ଜ୍ୟୋତି କ୍ରାନ୍ତି। 

    

ଶିଶୁ ପ୍ରିୟଅତି ଥିଲେ ବୋଲି ଖ୍ଯାତି 

    ଜନ୍ମଦିନ  ଲିପିବଦ୍ଧ , 

ନଭେମ୍ବର ମାସ  ଚଉଦ ତାରିଖ 

    ଶିଶୁ ଦିବସେ  ପ୍ରସିଦ୍ଧ। 


ନିଷ୍ପାପ୍ୟ ଶିଶୁ  କଷଣ ନପାଉ  

   କ୍ରାନ୍ତିକାରୀ ହେଉ ବାର୍ତ୍ତା , 

ମହାନ ପୁରୁଷ  ଜବାହାର ଦେବ 

  ଶିଶୁସ୍ନେହିଁ    ଅଧିକର୍ତ୍ତା। 


ଭଲ ପାଉଥିଲେ ସ୍ନେହଁ ଶରଧାରେ 

   ହୃଦୟରୁ   ପ୍ରୀତିଢାଳି 

ଆହାକି ସୁନ୍ଦର ଶିଶୁଙ୍କର ଚିତ୍ତ 

    ନାହିଁ ଆବିଳତା  ମଳି। 


ଭବିଷ୍ୟତ ମିତ ଶିଶୁ  ବିଶେଷାଙ୍କ 

    କୁମ୍ଭାରର  ମାଟିପିଣ୍ଡ , 

ଯେମିତି ଗଢିବ  ସେରୂପ ନେବ 

   ବିନ୍ଧାଣିର   ଯାଦୁସ୍ପର୍ଶ ! ! 


ଶିକ୍ଷାଦୀକ୍ଷା ଦେଇ  ଶିଶୁଙ୍କୁ ହସାଇ 

   ସୁମାର୍ଗ ଦେଖାଅ ସର୍ବେ , 

ହସିବ ଜନନୀ ସୁରଭି ଭାରତୀ 

  ସୁନାମ ଅର୍ଜିବ ଭବେ। 


ସରସ ସୁନ୍ଦର କୋମଳ ବୟସ 

    ସୁରମ୍ୟ ସମୟ ଧାରା , 

ଭାବନା ନିଆରା ନାହିଁ ଲୋଭ ମାୟା 

   ଉଡେଖାଲି  ମନପାରା। 


ହେ' ଚପଳ ଶିଶୁ ଭବିଷ୍ୟତ ସିନ୍ଧୁ 

    ମାଆଭାରତୀର ସ୍ଵପ୍ନ , 

ମହାର୍ଘ୍ୟତିଥିରେ  ସ୍ମୃତି ପ୍ରୀତିଧାରେ 

    ନେହୁର ନାମକୁ ସ୍ମର । 


ଶିଶୁ ଦିବସରେ   ଏ' ଶୁଭଲଗନେ 

    ପ୍ରତିଜ୍ଞା କରହେ ଜନ , 

ଶିଶୁ ନିର୍ଯାତନା ଲୋପ କରିଦେବା 

   ବଢିବ ମର୍ଯ୍ୟଦା ମାନ। 


କଷଣ ଦେବାନି କୁଶିକ୍ଷା ଦେବାନି 

   ସର୍ବେ ହେବେ ସଂସ୍କାରିତ , 

ଶିଶୁଟେ ହସିଲେ ମା'ଟେ ହସିବ 

    ଏଇତ  ସଦିଚ୍ଛା ମାତ୍ର । 



Rate this content
Log in

Similar oriya poem from Inspirational