STORYMIRROR

Lalita Mohan Mishra

Inspirational

4  

Lalita Mohan Mishra

Inspirational

ଶିଶୁ ମନ୍ଦିର

ଶିଶୁ ମନ୍ଦିର

1 min
372


ପ୍ରଧାନ ମାଷ୍ଟ୍ରେ ଆମ ଗାଆଁର 

ଖୋଲିଛନ୍ତି ଗୋଟେ ଶିଶୁ ମନ୍ଦିର 

ଛୋଟ ପିଲାମାନଙ୍କୁ କରନ୍ତି ଏକାଠି 

କୁନି କୁନି କଥା ଗପ ଶିଖନ୍ତି ସେଠି ।।


ଖେଳିବା ପାଇଁ ପଡିଆ ଅଛି

ନାନା ରକମର ଖେଳନା ଅଛି

ଖେଳନା ପରିବା ନେଇ ପଢନ୍ତି 

ଦିଦି ଯାହା ଶିଖାନ୍ତି ସବୁ ଶିଖନ୍ତି ।।


ପାଠ ପଢା ସାଙ୍ଗକୁ ଗୀତ ଶିଖାନ୍ତି

ଶିଶୁମାନେ ଗୀତର ମଜା ନିଅନ୍ତି 

ଏକ ଦୁଇଠୁ କୋଡିଏ ଯାଏଁ

ଖେଳନା ଦେଖିକି ଗଣନ୍ତି ସିଏ ।।


କି ସୁନ୍ଦର ଦେଖ ତାଙ୍କର ଠାଣି 

କୁନି ପୁଅ ଝିଅ ଆମ କାହାଣୀ 

ସକାଳୁ ଉଠିକି ଆସନ୍ତି ଧାଇଁ

ସିଲଟ ବ୍ୟାଗ ଟିଫିନ୍ ନେଇ ।।


ଖନେଇଁ ଖନେଇଁ ପିଲେ କଥା ଶିଖନ୍ତି 

ମମି ଡାଡି ଧିରେ ଧିରେ ସବୁ ଡାକନ୍ତି  

ଆସରେ ପିଲାଏ ପଢିବା ପାଠ

ପାଠ ପଢି ହେବା ଉତ୍ତମ ଚାଟ ।।


ଦୁନିଆଁରେ ଦିନେ ନାଆଁ ରଖିବା 

ଗାଆଁର ଉନ୍ନତି ଆମେ କରିବା 

ଗରିବ ଲୋକଙ୍କ ସେବା ଆମର

ବଡ ହୋଇ ହେବା କରମ ବୀର ।।


ହେବା ଦିନେ ଆମେ ସୈନିକ ଭାଇ

ଦେଶ ସେବା କରି ଯିବା ଆଗେଇ 

ଗୁରୁଜନଙ୍କର ମାନିବା କଥା 

କେବେ ନକରିବା ତାକୁ ଅନ୍ୟଥା ।।


ଭଲ କଥା ସବୁ ମନେ ରଖିବା

ଭବିଷ୍ୟତ ପାଇଁ କର୍ଯ୍ୟକରିବା

ଶିଖିବା ସଂସ୍କାର ଶୁଦ୍ଧ ବିଚାର 

ଏହି ପରା ଆମ ଶିଶୁ ମନ୍ଦିର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational