STORYMIRROR

Shashanka sekhar Ray

Inspirational

4  

Shashanka sekhar Ray

Inspirational

ଶିଶୁଟିଏ ପାଇଁ ପଦେ

ଶିଶୁଟିଏ ପାଇଁ ପଦେ

1 min
340


ଜାଣେନି ସେ ଛନ୍ଦ କପଟ

 ରାଗ ହିଂସା ବାଦ

ସକାଳର କଅଁଳ ସୁରଜ ପରି

ଶାନ୍ତ କୋମଳ ମୂଲାୟମ କିରଣ।


 ତା ଖିଲି ଖିଲି ହସେ ଶତ୍ରୁ 

ପରାସ୍ତ ହୁଏ ଅସ୍ତ୍ରଛାଡି 

ଭୁଲିଯାଏ ସଂସାରର ଦୁଃଖ

ତୃପ୍ତ ହୋଇଯାଏ ସଭିଙ୍କ ପରାଣ ।


ପୂର୍ଣ୍ଣିମା ଜହ୍ନ ପରି ଡଉଲ ଡାଉଲ

ଚେହେରାଟି ଚମକୁଥାଏ ତାର

ଜିଜ୍ଞାସାର ମନ ନେଇ ବାଢୁଥାଏ ପ୍ରଶ୍ନ

ଜୁଳୁ ଜୁଳୁ ଆଖି ଯୋଡିକ ଅହରହ ।


ଆଜିର ଶିଶୁ ଯେ କାଲିର ଭବିଷ୍ୟତ

ଅଣହେଳା କରନି କେବେ ତାଙ୍କୁ

ସରଳ ନିଃଷ୍କପଟ ନିର୍ମାୟା ନିର୍ଲୋଭୀ ଜୀବ

ଅତ୍ୟାଚାର କେବେ କରିବନି କୁହ ।


ହସିଲେ ସେ ହସେ ଜଗତ

ଦରୋଟି ହସେ କି ଯାଦୁ ଥାଏ କେଜାଣି

ଝରଣାର ଜଳ ପରି ସେ କଳକଳ

ଛୁଇଁଯାଉଥାଏ ସଭିଙ୍କ ହୃଦୟ ।


ଆସ ଆମେ ଶପଥ ନେବା 

କଅଁଳ ଫୁଲକୁ ନ କରିବା ବୃନ୍ତଚୁତ୍ୟ

ସୁନେଲି ଭବିଷ୍ୟତର ସକାଳକୁ

ସ୍ଵାଗତମ କରୁଛି ନୂଆ ଦିଗବଳୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational