STORYMIRROR

Alhadini Panigrahi dash

Inspirational

4  

Alhadini Panigrahi dash

Inspirational

ପ୍ରୁଥ୍ବୀରେ ଗଢିବା ସ୍ବର୍ଗ

ପ୍ରୁଥ୍ବୀରେ ଗଢିବା ସ୍ବର୍ଗ

1 min
298

ଶିବା, ଶିତଲ୍ ଦୁଇ ଭଉଣୀ

ଜଣେ ଗୋରୀ ଜଣେ କାଳୀ

କଣ୍ଢେଇ ଖେଳରେ ମାତିଥିଲେ ଦୁହେଁ

ଦୂନିଆଁ ଯାଆନ୍ତି ଭୁଲି ।(୧)


ଅଝଟ ପଣରେ ଉଣା କେ ନୁହନ୍ତି

ଦୂହେଁ ଦୁହିଁଙ୍କ ଠୁ ବଳି

କେତେବେଳେ କଟି କେତେବେଳେ ମିଟି

କେତେ ଯେ କରନ୍ତି କଳି ।(୨)


କ୍ଷଣିକ ଭିତରେ ଭୁଲିଯାନ୍ତି କଳି

ରାଗରୁଷା ଯାଏ ଧୋଇ

ଶିଶୁଙ୍କ ମନ ତ ନିରିମଳ ଧାରା

ଆବିଳତା ତହିଁ ନାହିଁ (୩)


ଶିଶୁ ମାନଙ୍କଠୁ ବଡ ମାନେ ଶିଖ

ମହତ ଗୁଣ ଟି ତାଙ୍କ

ଯେତେ କଳି କର ପୁଣି ମିଶିଯାଅ

ନରଖି ମନରେ ଟେକ (୪)


ବିଶ୍ବରେ ତାହେଲେ ଶାନ୍ତି ରହିବ

କେବେତ ହେବନି ଯୁଦ୍ଧ

ମିଳିମିଶି କରି ଚଳିଲେରେ ଆମେ

ପ୍ରୁଥ୍ବୀ ରେ ଗଢିବା ସ୍ବର୍ଗ (୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational