Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଶୀତ ସକାଳର ଅନୁଭୂତି

ଶୀତ ସକାଳର ଅନୁଭୂତି

1 min
291



ଶୀତ ସକାଳର ଅନୁଭୂତି ପାଇଁ ଗଲି ମୁଁ ଦାରିଂଗିବାଡି

ଓଡିଶାର ସିଏ କାଶ୍ମୀର ଯେଉଁଠି ବରଫ ଖସୁଛି ପଡି ।


କଫି ବଗିଚାରେ କୁହୁଡି ଢାଂକିଛି ପ୍ରସ୍ତ ପ୍ରସ୍ତ ଆସ୍ତରଣ

ଝାଉଁ ଶାଳ ଆଦି ପାଦପେ ମଣ୍ଡିତ ସୂର୍ଯ୍ୟ ନୁହେଁ ବିକିରଣ ।


ଦାସିଂବାଡିର ଜଳ ପ୍ରପାତରୁ ବହୁଛି ନିର୍ଝର ତାନେ

ପାଣିର ଛିଟିକା ଦେହରେ ବାଜୁଛି ଶୀତ ତାପ ନିୟନ୍ତ୍ରଣେ। 


ପର୍ବତ ଶିଖର ଝାଉଁ ଜଂଗଲରୁ ମନ୍ଦ ସମୀରଣ ବହେ

ଚୀର ଶୀତ ଦିନ ଏପରି ବାରତା ଉଲ୍ଲସିତ ପ୍ରାଣ ମୋହେ ।


ଆମ ରାଇଜରେ ଶୀତଟି ସପନ ଦାରିଂଗିବାଡିରେ ଭିନ୍ନ

ଚୀର ସବୁଜର ରୁଚିର ଇଲାକା ଗ୍ରୀଷ୍ମର ପ୍ରଭାବ କ୍ଷୀଣ ।


ପାହାଡ ଜଙ୍ଗଲ ପ୍ରକୃତି କୋଳରେ ହଜିଗଲେ ମଜା ଆସେ

ଅନୁଭବ କଲି ରାଜଧାନୀ ଛାଡି ବୁଲିବାକୁ ଗଲେ ପାଶେ ।


ଫୁଲବାଣୀ ଯହିଁ କେନ୍ଦ୍ର ଓଡିଶାର ପାହାଡ ଜଙ୍ଗଲ ଭରା

ନୈସର୍ଗିକ ଶୋଭା ପ୍ରକୃତି ରାଣୀର ହଳଦୀରେ ହରାଭରା ।

ରାଶି ଅଳସିର ସୋରିଷ ଫୁଲର ସୁନେଲି ସମ୍ଭାର ଯହିଁ 

କନ୍ଧମାଳ ଜାତ ହଳଦୀ ବିଶ୍ୱରେ ଉପମା ତାହାର ନାହିଁ ।


ଶୀତ ପ୍ରକୃତିର ଆଶୀର୍ବାଦ ଲୋଡା ପ୍ରାକୃତିକ ସନ୍ତୁଳନ

ସବୁଜ ବନାନୀ ସୃଷ୍ଟି ହେବ ଯେତେ ହୋଇବ ଶୀତ ସଘନ। 


ଉପକୂଳ ବାସୀ ସଜାଗ ହୁଅନ୍ତୁ ବୃକ୍ଷ କରନ୍ତୁ ରୋପଣ

ବର୍ଷା ଆସିଲେ ଶୀତ ଆପେଆପେ କରିବ ଧରାବତରଣ ।

          


Rate this content
Log in

Similar oriya poem from Inspirational