ଦେଶ ବନ୍ଦନା: ଏଇ ଭାରତ ଜନନୀ ମୋର -ଡକ୍ଟର କୃତ୍ତିବାସ ନାୟକ
ଦେଶ ବନ୍ଦନା: ଏଇ ଭାରତ ଜନନୀ ମୋର -ଡକ୍ଟର କୃତ୍ତିବାସ ନାୟକ


ଏଇ ଭାରତ ଜନନୀ ମୋର, ଏଇ ଭାରତ ଜନନୀ ମୋର |
କୋଟି ଜନମତ କେତେ ଧର୍ମଚିତ୍ତ କରିଛି ସେ ଏକାକାର |(ଘୋଷା)
ଇନ୍ଦ୍ରଧନୁ ତା'ର ସାତରଙ୍ଗ ନେଇ,
ମେଘ ଆକାଶରେ ସତେ ଚମକଇ ,
ସବୁ ଧରମର ମିଳନ ହେବାରୁ ସିଏ ସତେ ମନୋହର |
ଏଇ ଭାରତ ଜନନୀ ମୋର, ଏଇ ଭାରତ ଜନନୀ ମୋର |
କୋଟି ଜନମତ କେତେ ଧର୍ମଚିତ୍ତ କରିଛି ସେ ଏକାକାର |(1)
ବଗିଚାରେ ଫୁଟେ ନାନାଜାତି ଫୁଲ,
ଦିଶେ କି' ସୁନ୍ଦର ଗୁନ୍ଥିଦେଲେ ମାଳ !
ସବୁ ଭାଷା ମିଶି ମାଳାଟିଏ ଗଢ଼ା ଜନନୀର ଗଳାହାର |
ଏଇ ଭାରତ ଜନନୀ ମୋର, ଏଇ ଭାରତ ଜନନୀ ମୋର |
କୋଟି ଜନମତ କେତେ ଧର୍ମଚିତ୍ତ କରିଛି ସେ ଏକାକାର |(2)