STORYMIRROR

Prafulla Chandra Mishra

Tragedy

3  

Prafulla Chandra Mishra

Tragedy

ଦେଖୁ ଦେଖୁ କେବା ସହୁ

ଦେଖୁ ଦେଖୁ କେବା ସହୁ

1 min
290


ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ

ନିତିତ ଦେଖୁଛ ସଂସାରର ନୀତି ବଖାଣିବି କିବା ଆଉ

ସହି ନହୁଏ ଠାକୁରେ

ରକତ ମାଉଁସ ଶରୀର ବହିଛି ସହିବି କେମନ୍ତ ପ୍ରକାରେ ।।


ଅଇଁଠା ପତର ଚାଟି ଖାଉଅଛି ନିଷ୍ପାପ ଶିଶୁ ତ ଏଠି

ଦୁଷ୍କର୍ମ ଶିକାର ହୁଏ ଶିଶୁ କନ୍ୟା ଅନ୍ଧାର ଆସେ କି ଘୋଟି

ଦିଶେ ନାହିଁ ସତ୍ୟ ପଥ

ଦେଖି ଶୁଣି ସବୁ ଅସହ୍ୟ ଯନ୍ତ୍ରଣା ବଣା ହୋଇଯାଏ ବାଟ ।।


ଏବେ ବି ମଣିଷ ପତର କୁଡିଆ ତଳେ‌ ଜୀବନ ଯାପନ

ଏବେ ବି ଦେଖୁଛି ନରହତ୍ୟା ହିଂସା ମଣିଷର ଅପକର୍ମ

ସତେକି ଦିଗ୍-ବଧୂ ଭାଲେ

ଉଦିତ ଅରୁଣ କିରଣ ଛିଞ୍ଚିବ କୁହ ପ୍ରଭୁ ଆଉ କେବେ ।।


ଅଲୋଡା ଅଖୋଜା ଏ ଜୀବନ ଛାର ଲୋଡ଼େ ନାହିଁ ଆଉ କିଛି

ୟେ ଜୀବନ ପଛେ ନର୍କଗାମୀ ହେଉ ସଂସାର ସୁଖ ଲୋଡ଼ୁଛି

ଦୀନାର୍ତ୍ତନାଶନ ହରି

ଜୀବନ ଯାକ ମୁଁ ତୋ ପଦ କିଙ୍କର ପଡ଼ିଅଛି ଅନୁସରି ।।


ନୁହେଁ ଭୀମ ଭୋଇ ଦାସିଆ ବାଉରୀ ଅବା ବଳରାମ ଦାସ

ନୁହେଁ ସାଲବେଗ ବନ୍ଧୁ ମହାନ୍ତି ତୋ ପଦ ତଳର ମୁଁ ଦାସ

ଭକ୍ତି ବିବର୍ଜିତ ଦୀନ

ହୀନକର୍ମା କବି ବିଶ୍ଵକର୍ମା ପଦେ କରେ ଆରତେ ଜଣାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy