STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଦେଖିଛ କି ଲେଖିଛ କି

ଦେଖିଛ କି ଲେଖିଛ କି

1 min
289


       ଦେଖିଛ କି କେବେ ଝାଉଁଳା ଗଛକୁ

               ଝାଉଁଳିଛି ଯିଏ ନ ପାଇ ପାଣି

       ଲେଖିଛ କି କେବେ ଗଛ ବିଷୟରେ

               ଦେଖି ପଢ଼ି ଶୁଣି ଯା' ଅଛ ଜାଣି ।। 


       ଦେଖିଛ କି କେବେ ଶୁଖିଲା ନଈକୁ

               ଶୁଖିଲା ରହିଛି ଯା' ଜଳଧାର

       ଲେଖିଛ କି କେବେ ନଈର କାହାଣୀ

               କରିଥାଏ ଯାହା ସେ ଉପକାର ।। 


       ଦେଖିଛ କି କେବେ ଝଡ଼ିଲା ଫୁଲକୁ

               ଗଛରୁ ଝଡ଼ି ଯେ' ପଡ଼ିଛି ତଳେ

       ଲେଖିଛ କି କେବେ ଫୁଲ କଥା ଭାବି

               କାହିଁକି ତଳେ ସେ ଝଡ଼ିଛି ବଳେ ।। 


       ଦେଖିଛ କି କେବେ ଫାଟିଲା ମାଟିକୁ

               ଖରା ସହି ଯିଏ ଯାଇଛି ଫାଟି

       ଲେଖିଛ କି କେବେ ମାଟିର ମହିମା

               ଦିଏ ଯାହା ସିଏ ପେଟରୁ କାଟି ।। 


       ଦେଖିଛ କି କେବେ ଭୋକିଲା ଶିଶୁକୁ

               କାନ୍ଦୁରା ଦିଶୁଛି ଯା' କୁନି ମୁହଁ

       ଲେଖିଛ କି କେବେ ତା'ର ପେଟ କଥା

               ଯା' ପାଇଁ ଝରେ ତା' ଆଖିରୁ ଲୁହ ।। 


       ଦେଖିଛ କି କେବେ ପଞ୍ଜୁରି ପକ୍ଷୀକୁ

              ପରାଧୀନ ଅଟେ ଜୀବନ ଯା'ର

       ଲେଖିଛ କି କେବେ ସୁଖ ଯାହା ମିଳେ

              ହୁଏ ଯଦି ଥରେ ମୁକତି ତା'ର ।। 


       ଦେଖିଛ କି କେବେ ଅନ୍ଧ ମଣିଷକୁ 

               ଆଖି ନାହିଁ ଯା'ର ଦେଖିବା ପାଇଁ

       ଲେଖିଛ କି କେବେ ତା' ଦୁଃଖ, କଷଣ

               ଯା' ପାଇଁ ତା' ମନେ ସୁଖଟି ନାଇଁ ।। 


       ଦେଖିବାକୁ ଏଠି ଅଛି କେତେ କଥା

               ଦେଖି ନେବା ଆସ ଆଖିରେ ଥରେ

       ଦେଖିଲେ ଜାଣିବା ଲେଖିବାକୁ କିଛି

               ଏବେ ନ ଲେଖିଲେ ଲେଖିବା ପରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational