STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଦେଖିଛ କି ,କିଏ ବୁ

ଦେଖିଛ କି ,କିଏ ବୁ

1 min
256


ଦେଖିଛକି ତାଙ୍କୁ ଦେଖିଛ କି

ବୁଝିଛକି କିଏ ବୁଝିଛ କି ?

ମୁଁ "ର ଖୋଳପା ଭିତରେ ଥାଇଣ

ନିଜକୁ କେବେ କେ ଚିହ୍ନିଛକି?

ଦେଖିଛ କି...

ତାରା ଭରା ଏହି ସୁନ୍ଦର ଗଗନ

  ରହସ୍ୟମୟ ଯେ ପରା,

ସୁନ୍ଦର କୁସୁମ ପ୍ରସ୍ଫୁଟିତ ହୁଏ

  ହସି ଉଠୁଥାଏ ଧରା।

କହିକେ ପାରିବ କେ ଗଢିଛ ସବୁ

  ନୟନେ କେ ତାଙ୍କୁ ଦେଖିଛକି ?

  ଦେଖିଛ କି...

କଳକଳ ବହେ ସୁଶୀତଳ ଜଳ

  ତୋଷୁଥାଏ ଜନମନ,

ଶସ୍ୟଶ୍ୟାମଳା ଏ ବସୁମାତା ସର୍ବ 

  ଉଦର କରଇ ପୂର୍ଣ୍ଣ,

ବୁଝି କେ ପାରିବ ଦେଇ ଦେଇ ଏତେ

   କେବେ ସିଏ ଥକି ପଡିଛି କି?

ଦେଖିଛ କି...

ଦେଖିନାହିଁ ସିନା ନୟନ ଯୁଗଳେ

  ସତ୍ତା ଅନୁଭବ କରେ,

ପିତା ମାତା ଭ୍ରାତା ବନ୍ଧୁ ସହୋଦର

   ବିଜେ ସରବ ଅନ୍ତରେ,

ସଭିଙ୍କ ଅନ୍ତର ଭାବନା ବୁଝନ୍ତି

  ତାଙ୍କ ଭାବନା କେ ବୁଝିଛ କି ?


ଦେଖିଛ କି ତାଙ୍କୁ ଦେଖିଛ କି

ବୁଝିଛ କି କିଏ ବୁଝିଛ କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational