ଦେଖ ସଜନୀ
ଦେଖ ସଜନୀ
ଖେଳେ ହୋରୀ ଗୋରୀ ସଙ୍ଗେ ହରି
ଦେଖ ସଜନୀ
ଯୁଗଳ ମୂରତି ମନୋହାରୀ ସଜନୀ ଲୋ
ଦେଖ ସଜନୀ।
ଲଜ୍ୟାଲକ୍ତ ଲପନକୁ
କରତଳେ ଗୋପନକୁ
ମୁକତ କରି ଯତନେ ପ୍ରୀତି ଦାୟିନୀ ଲୋ
ଦେଖ ସଜନୀ।
ରଙ୍ଗେ ରଙ୍ଗି ରଙ୍ଗାଧର
ଛନ୍ଦେ ଛନ୍ଦି ବେନି କର
ବଳେ ବୋଳିଲେ ଅବିର ଦେଖ ସଜନୀ ଲୋ
ଦେଖ ସଜନୀ।
ଲୋହିତ ଲଳିତ ଗଣ୍ଡ
ଦଳିତ ଖଣ୍ଡ ଦାଡ଼ିମ୍ବ
ଗଣ୍ଡେ ମଣ୍ଡି ଅରୁଣୀମା ମନମୋହିନୀ ଲୋ
ଦେଖ ସଜନୀ।
ପ୍ରୀତି ଅତି ମତି ହାରୀ
ନେତ୍ର କଟାକ୍ଷ କଟାରୀ
ମୋହି ମୋହନ ମୋହିନୀ ବ୍ରଜତରୁଣୀ ଲୋ
ଦେଖ ସଜନୀ।
ତୃଷା ଯୋଶା କେଶ ବାସ
ପିପାଷା ବିନାଶ ଆଶ
ପିଚକାରୀ ଧାରେ ହ୍ରାସ ହେଲା ମିତଣୀ ଲୋ
ଦେଖ ସଜନୀ।
ପ୍ରୀତି ପୁରୁଷ ପ୍ରକୃତି
ମତି ଶ୍ରୀରାଧା ଶ୍ରୀପତି
ଗୀତି ଗତି ମୁକ୍ତି ଦାୟୀ ଭିତିହାରିଣୀ ଲୋ
ଦେଖ ସଜନୀ ।
