ଦେହର ଉଷୋ
ଦେହର ଉଷୋ
ଖାଇ ଖାଇ କରି କେତେଦିନ ଖାଏବୁ
ଉଷୋକଷା ଦେହର ଲାଗି
ବୁତଲ ଆଉ ଗୁଲି ଉଷୋ ନ ବେମାର ନାଇଁ ଛାଡେ
ଜାନି ଥା ରେ ତୁଇ ବଇରାଗି।
ଜୀବନ ଯାକର ଉଷୋ ଖାଇକରି ଦେହର
ଦେହେ ନ ଗଲାନ ଚରି
ଶୁଖା ପତର ବାଗିର୍ ଦିନେ ଝଡିଯିବୁ
ଜାନିଥା ରେ ହେତୁ କରି ।
ଯେନ୍ ଉଷୋ ଖାଏଲେ ଦେହେ ଭଲ ହେବା
ନାଇଁ ପାରୁଛୁ ତୁଇ ଜାନି
ଭଲ ଉଷୋଟେ ତତେ ମୁଇଁ ବତାମି
ପାର୍ବୁ ଯଦି ମାନି।
ବତାଲା ଉଷୋକେ ମୋର୍ ଖୁଆ ନାଇଁ ପଡ଼େ
କର୍ବୁ ଯଦି ମାନିକରି
ସବୁ ରୋଗବାଗ ଛାଡ଼ି ପଲାବା
ଜିଇଁ ଯିବୁ ବାଜି ମାରି ।
ଖେଲ କସରତ ସାଙ୍ଗେ ସକାଲୁ ଚାଲବାର୍ଟା
ଇଟା ନ ବଢେ କାମ
ଇ ଅଭ୍ୟାସଟା ଜୀବନେ ରଖ୍ଲେ
ଗୋଡ ହାତ ନାଇଁ ହୁଏ ଜାମ।
ଛନାପନା ଖାନା ଆଉ ବେସି ଖାଏବାର୍ଟା
କେଭେ ଭଲ ନୁହେ ବାବୁ
ଉପାସ ସାଙ୍ଗେ କମ ଖାଏଲେ
ଦେହର ଲାଗି ଭଲ ଜାନିଥିବୁ।
ସମିୟା ନୁ ଖାଏବୁ ସମିଆ ନୁ ସୁଇବୁ
ତାର ସଂଗେ ମନ୍ ଥିବା ଖୁସି
ବର୍କସ ହେଇ ଦେହେ ତୋର ଥିବା
ନାଇଁ ଯାଏ କେଭେ ନସି ।
