STORYMIRROR

Prafulla Chandra Mishra

Abstract Inspirational Others

3  

Prafulla Chandra Mishra

Abstract Inspirational Others

ଦେହ

ଦେହ

1 min
214


ଅସ୍ଥି,ରକ୍ତ, ମାଂସ,ଚର୍ମ ଘୋଡଣି ରେ ସୁନ୍ଦର ଏ କଳେବର

ପବନ ଚାଳିତ ମାଂସ ର ପୁତୁଳି କର୍ମମୟ ୟେ ସଂସାର 

ଦେହ ସୁସ୍ଥ ଥିଲେ ଜୀବନ ପ୍ରଦୀପ ଶିଖା ତୋଳି ଜଳୁଥାଏ

ଭଗ୍ନ ଶରୀରେ ନିଷ୍ପ୍ରଭ ସେ ଶିଖା ନିସ୍ତେଜିତ ହୋଇ ଯାଏ ।।


ଆତ୍ମା ରୂପରେ ପବନ ଦେହେ ବିଦ୍ୟମାନ

ତେଣୁ ଜୀବନ୍ତ ସତେଜ ଦିଶେ ଅପଘନ

ଦେହ ସୁସ୍ଥ ଥିଲେ “ଖଳୁ ଧରମ ସାଧନ

କରି” “କରି ପାରିବରେ ଯେତେ ଧର୍ମ କର୍ମ ।।


ଦେହ ରକ୍ଷା ପାଇଁ ସୁସମ ସୁସ୍ଵାଦୁ ଖାଦ୍ୟ ଲୋଡା ହୋଇଥାଏ

ଦେହ ରକ୍ଷା ପାଇଁ ବ୍ୟାୟାମ ଆଶନ ଯୋଗାଭ୍ୟାସ ଲୋଡା ହୁଏ

ଦେହ ପ୍ରସାଧାନେ ନର ନାରୀ ମାନେ ପ୍ରକୃତିକ ଦ୍ରବ୍ୟ ନେଇ

ଶରୀର ସୁନ୍ଦର କରୁଥାନ୍ତି ନିତ୍ୟ ଦେହକୁ ସଜାଇ ଦେଇ ।।


ଦେହର ଯତନ କଲେ ପରାଣ ଉତ୍-ଫୁଲ୍ଲ

ଦେହ ଧରି ରଖିଥାଏ ଦିବ୍ୟ ପ୍ରାଣ ଫୁଲ

ବୃକ୍ଷ ମଉଳିଲେ ଯେହ୍ନେ ଫୁଲ ପଡେ ଝଡି

ଶରୀର ନଥିଲେ ପ୍ରାଣ ଯାଏ ଶୂନ୍ୟେ ଉଡ଼ି ।।


ପଞ୍ଚଭୂତେ ଗଢା ହୋଇଛି ୟେ ପରା ଏହି ଏ ଦିବ୍ୟ ଶରୀର

ଦେହ ଥିଲେ ପ୍ରାଣ ଛାଡି ଯାଏ ନାହିଁ ରହିଥାଏ ନିରନ୍ତର

ଛାୟା ପଛେ କାୟା ସମାନ ଦେହରେ ଲୁଚିଥାଏ ପ୍ରାଣ ପକ୍ଷୀ

ୟେ ଦେହ ପଞ୍ଜୁରୀ ଭାଙ୍ଗିଲେ ଦୁର୍ଲଭ ପକ୍ଷୀ ଯାଇଥାଏ ଉଡ଼ି ।।


ଜୀବନର ଘର ଏହି ସୁନ୍ଦର ଶରୀର

ପ୍ରଜତ୍ନ କରି‌ଲେ ହସିବ ବିଶ୍ବ ସଂସାର

ଶରୀର ପ୍ରଧାନ, କର ଧର୍ମ କର୍ମ ଯେତେ

ଶନ୍ତି ମୈତ୍ରୀ ଭାବ ଜୈତ୍ରୀ ଉଡିବ ଜଗତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract