ଦେହ
ଦେହ
ଦେହ ତୁମେ କେଡେ ଅବିବେକୀ
ଜାଣିଛ ତ ତୁମେ ?
ଏନ୍ତୁଡି ଶାଳରୁ ତୁମ ଆରମ୍ଭ ହେଲେହେଁ
ଜୁଇ ନିଆଁ ହେବ ଶେଷ ଦେଖା
ଆସିଥିଲ କୁଆଁ କୁଆଁ ସାଥେ
ଚାଲିଯିବ କୋକେଇ ସଙ୍ଗତେ
ତଥାପି ଏ ନଶ୍ଵର ଦେହକୁ
କାହିଁକି ସଜାଅ
କୃତ୍ରିମ ରଙ୍ଗ ଦେଇ ଏତେ ।।
ଭାବିଛକି ନାନାରଙ୍ଗ ବୋଳି
ଈଶ୍ୱରଙ୍କ ପ୍ରଦତ୍ତ ଦେହକୁ
ସ୍ଵଇଚ୍ଛାରେ ଯିବକି ବଦଳି ?
କିନ୍ତୁ ଶୁଣ,
କଳା ଅବା ଗୋରା ହେଉ
ହେଉ ତ ସାବନା
ତୁମର ତ ଏକ ପରିଚୟ “ଦେହ''
ଏହା ଭାବି ନିଜେ ନିଜ ଯତ୍ନେ
ଧନ୍ୟ ହେବ ଏ ମର୍ତ୍ତ୍ୟ ଭୂବନେ
ଜାଣନା କି ତୁମେ
ଦେବତା ବି ନର ଦେହ ନେଇ
ଆସିଥିଲେ ଏହି ମର୍ତ୍ତ୍ୟ ପୁରେ
ମୃତ୍ୟୁର କରାଳ ସ୍ପର୍ଶରେ
ଚାଲିଯିବ ଖେଳ ସାରି ଧିରେ
ତେଣୁ ଏହା ଚିରନ୍ତନ ସତ୍ୟ
ଦେହ ତୁମେ ଆସିଛ ଯେମିତି
ଏ ଧରାରୁ ଯିବଟି ସେମିତି
ସାଧ୍ୟନାହିଁ ରୋକିବାକୁ କାର
କାହିଁକିନା,
ହେ ଦେହ !
ନୁହଁ ତୁମେ ଅଜର ଅମର
ନୁହଁ ତୁମେ ଅଜର ଅମର।