STORYMIRROR

Sanuja Meghamala

Abstract Others

3  

Sanuja Meghamala

Abstract Others

ଦେହ

ଦେହ

1 min
303


ମାଟିର ଏ ଦେହ ଦିନେ

ସେହି ମାଟିରେ ହିଁ ମିଶି ଯିବ

ସବୁ ଜାଣି ବି ଅଜଣା ହୁଏ ମଣିଷ

ଅବିଶ୍ବାସର ମହଲଟେ ତୋଳି 

ମନ ତଳେ ଅହଙ୍କାର ଭରି 

ଛଳନାରେ ବଞ୍ଚି ରହେ।


ସ୍ବାର୍ଥ ସର୍ବସ୍ବ ହୋଇ

ସମ୍ପର୍କକୁ ଅଣଦେଖା କରି

ନିଜ କର୍ତ୍ତବ୍ୟର ପଥ ଭୁଲି

ମିଛ ଅହଙ୍କାରରେ ମାତି

ବିବେକକୁ ପଛକରି

ନିଜ ବ୍ୟକ୍ତିତ୍ଵକୁ ହରାଇ ଦିଏ ।


ଯେତେ ସୁସଜ୍ଜିତ ହୋଇ

ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି 

ଅଳଙ୍କାର ଆଭୂଷଣରେ ଦେହକୁ ସଜେଇ

ଦୃଷ୍ଟି ଆକର୍ଷଣ କଲେ ମଧ୍ୟ

ଯଦି ମନଟା ସୁନ୍ଦର ନ ଥାଏ

ସେ ବଞ୍ଚିବା ବି ମୂଲ୍ୟହୀନ ହୁଏ ।


 ସର୍ବ ଶକ୍ତିମାନ ଈଶ୍ବରଙ୍କ ସତ୍ତା

 ସବୁ ଦେହରେ ବିରାଜିତ

ଦୁଃଖୀ ରଙ୍କୀ ଅସହାୟ ମାନଙ୍କ

ସେବାକୁ ବ୍ରତ କରିପାରିଲେ

ଏ ପାପ ପଙ୍କିଳ ସଂସାରରୁ 

ମୁକ୍ତି ପାଇ ଜୀବନ ଧନ୍ୟ ହେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract