STORYMIRROR

Anirudha Kund

Classics

3  

Anirudha Kund

Classics

ଦେବସ୍ନାନ

ଦେବସ୍ନାନ

1 min
12K


ଡହ ଡହ ତାତି  ପାରୁନାହିଁ ସହି

    ପ୍ରଭୁ କାଳିଆ ଗୋସାଇଁ

ସ୍ନାନ କରେ ସେହି ସ୍ନାନ ମଣ୍ତପରେ

   ଭାଇ ଭଉଣୀ କୁ ନେଇ ॥୧॥


ଜଗା ପଂଚତ୍ରିଶ  ବଳିଆ ତେତିଶ

    ସୁଭଦ୍ରା ବାଇଶି ଗରା 

ପ୍ରଭୁ ସୁଦର୍ଶନ  ଅଠର ଗରାରେ

    ତୃପତ ହୁଅନ୍ତି ପରା ॥୨॥


ସ୍ନାନ ସାରି ପ୍ରଭୁ ଗଜ ରୂପେ ବସି

    ମୋହନ୍ତି ଭକତ ମନ

କରୁଣା ସାଗର ଦୟା ଅବତାର

    ସେହି କରୁଣା ନିଦାନ ॥୩॥


 କୁଅ ପାଣି ନେଇ ଗାଧୋଇ ଗାଧୋଇ

    ଅରଜିବ ଥଣ୍ତା ଜ୍ବର

ପ୍ରସାଦ ନଖାଏ ପନ୍ଦର ଦିନ ଲୋ

   ଜଡିବୁଟି ଲାଗେ ତାର ॥୪॥


ଅଣାକାର ଅଙ୍ଗେ ଅଣସର ଘରେ

   ବଇଦର ଉପଚାର

ଫୁଲୁରି ତେଲରେ ଘସି ସେବା କରେ

    ବିଶ୍ବାବସୁ ବଂଶଧର॥୫॥


ପଟିଦିଅଁ ପୁଜା ଗରଭ ଗୃହରେ

  ଶ୍ରୀକ୍ଷେତ୍ରେ ଦର୍ଶନ ମନା

ବ୍ରହ୍ମଗିରି ଠାରେ ଉଡେ ଫର ଫର

  ଅଲାରନାଥ ଙ୍କ ବାନା ॥୬॥


ଈଶ୍ବର ହୋଇକି ମାନବୀୟ ଲୀଳା

  ପ୍ରଭୁ ଜଗନ୍ନାଥ କରେ

ଭକତ ବତ୍ସଳ ଭକତ ବାନ୍ଧବ

   ଭକତ ଦୁଃଖକୁ ହରେ ॥୭॥


विषय का मूल्यांकन करें
लॉग इन

Similar oriya poem from Classics