ଦେବସ୍ନାନ ପୂର୍ଣ୍ଣିମା
ଦେବସ୍ନାନ ପୂର୍ଣ୍ଣିମା
ଶ୍ରୀକ୍ଷେତ୍ରରେ ଲାଗିଲାଣି ଭକ୍ତଙ୍କ ଗହଳି
ଶ୍ରୀମନ୍ଦିରେ ବାଜିଲାଣି,ଘଣ୍ଟ ଯେ କାହାଳୀ।
ଭାନୁ ଉଦେହେବେ ପ୍ରଭୁ ପୂର୍ବାଶା ଗଗନେ
ବିକଶିବ ପଦ୍ମ ମୁଖ କିବା ଭକ୍ତ ଗଣେ।
ଖୁଣ୍ଟିଆ ସେବକ ଡାକେ ମଣିମା ଉଠ ହେ
ସ୍ନାନ ମଣ୍ଡପକୁ ପ୍ରଭୁ ବିଜେ ହେବାକୁ ଯେ।
ଆଜି ସ୍ନାନବେଦୀ ପରେ ସ୍ନାନକରି ପ୍ରଭୁ
ଗଜାନନ ବେଶ ହେବେ ଭକ୍ତଜନବନ୍ଧୁ।
ଗଣପତି ଭଟ୍ଟ ସେଯେ ବିନାୟକ ଭକ୍ତ
ରୁପ ତୁମ ଦେଖି ସ୍ମରୀଥିଲା ନିଜ ଇଷ୍ଟ।
ଭକ୍ତି ରେ ତାର ପ୍ରସନ୍ନ ହେଲେ ମହାବାହୁ
ଗଜାନନ ଙ୍କ ସ୍ଵରୁପ ଧରିଲେ ଯେ ତହୁଁ।
ଭକ୍ତର ଭାବରେ ତୁମେ ହୁଅ ଯେଣୁ ବଶ
ବର ଦେଲ ସବୁ ବର୍ଷ ହେବ ଗଣଈଶ।
ପ୍ରାତଃ ସମୟରେ ମଣ୍ଡପକୁ ବିଜେ କର
ଭାଇ ଭଗ୍ନୀ ସଙ୍ଗେ ଥାନ୍ତି ସୁଦର୍ଶନଚକ୍ର।
ବାଜେ ଘଣ୍ଟ ଘଣ୍ଟା ପୁଣି ବୀର ଯେ କାହାଳୀ
ଛତ୍ର ଚାମର ତ୍ରାସରେ ହୁଅ ନିଉଛାଳୀ।
ଆବିର୍ଭୁତ ହୋଇଥିଲେ ଜ୍ୟେଷ୍ଠପୂର୍ଣ୍ଣମୀ ରେ
ସ୍ଵନକ୍ଷତ୍ର ଲାଗି ସ୍ନାନ ମାହେନ୍ଦ୍ର ବେଳା ରେ
ବିଧି ଅନୁସାରେ ହୁଏ ସ୍ନାନଯାତ୍ରା ରୀତି
ତଡ଼ପ ଲାଗି ତତ୍ ପରେ ଅବକାଶନୀତି।
ଅଧର ପୋଛାହୁଅଇ କର୍ପୁର ଜଳରେ
ଵୋଇରାଣି ବେଶ ହୋନ୍ତି ସ୍ନାନ ମଣ୍ଡପରେ
ସୁନା ଗୋସେଇଁ କୂଅରୁ ଶହେ ଆଠ ଗରା।
ସୁବାସିତ ହୁଏ ଜଳ ବିଧି ମନ୍ତ୍
ରେ ପରା
ଚୁଆ ଚନ୍ଦନ ସହିତ କେଶର କର୍ପୁର
ସ୍ନାନ କରନ୍ତିଯେ ପ୍ରଭୁହୋଇ ତତପର।
ଗରା ଗରା ହୋଇ ଜଳ ରୂପା ପିଙ୍ଗଣରୁ
ଶିରରେ ଢ଼ାଳିଣ ଦ୍ୟନ୍ତି ଆନନ୍ଦେ ପ୍ରଭୁଙ୍କୁ
ବଳଭଦ୍ର ତେତିଶି ସୁଭଦ୍ରା ଯେ ବାଇଶି
ସୁଦର୍ଶନ ଅଠର ଜଗନ୍ନାଥ ପଞ୍ଚତିରିଶି।
ସ୍ନାନ ଅନ୍ତେ ହୋଇଥାନ୍ତି ଗଜାନନ ବେଶ
ବେଶ ଦେଖି ହୋଇଥାନ୍ତି ଭକ୍ତ କୃତ୍ୟ କୃତ୍ୟ।
ସ୍ନାନ କରନ୍ତେ ମଣିମା ଶୀତଳ ଜଳରେ
ମଜରା ହୋଇ ଆଶଇ ଜ୍ଵର ଟି ଦେହରେ।
ଲୀଳା ମୟ ତୁମ ଲୀଳା ବୁଝେନା ସଂସାର
ଜ୍ଵର ଆତୁରେ ରହିବେ ଅଣସର ଘର।
ଛେନା ସାକର ନବାତ ପଣା ଯେ ମଣୋହୀ
ଚେର ମୂଳି ମୋଦକ ଯେ ରାଜ ବୈଦ୍ୟ ଦେଇ।
ପଥି ପାଚନ ରେ ରହି ଅନବସରରେ
ଦଶମୂଳ ଭୁଞ୍ଜିବେ ଯେ ଦଶ ଦିନ ପରେ।
ଖଳିଲାଗି ହେବେ ପ୍ରଭୁ ଏକାଦଶୀ ଦିନ
ଅଣସର ଦ୍ଵାଦଶୀ ,ଅବକାଶ ଯେ ପାଳନ।
ଚକାବିଜେ ,ନେତ୍ରୋତ୍ସବ,ଉଭା ଅମାବାସ୍ୟା
ନବ ଯୌବନ ଦର୍ଶନେ ପୂର୍ଣ୍ଣ ହୁଏ ଆଶା।
ଦ୍ୱିତୀୟା ତିଥି ରେ ନନ୍ଦିଘୋଷେ ବିଜେକରି
ଭକତଙ୍କୁ ଦରଶନ ଦେବେ ଦଇତାରୀ।
ଘଣ୍ଟ ଘଣ୍ଟା ନାଦେ କମ୍ପେ ବସୁଧା ଅମ୍ବର
ଓହ୍ଲାଇ ଆସନ୍ତି ପ୍ରଭୁ ଛାଡ଼ି ଶ୍ରୀମନ୍ଦିର।
ଅନ୍ତର୍ବେଦୀରେ ଦର୍ଶନ ପାତକୀ ଜନରେ
ଆତପ ତାପିତ ପ୍ରାଣେ ଜୀବନ ସଞ୍ଚରେ।