STORYMIRROR

Pratima Satpathy

Inspirational

4  

Pratima Satpathy

Inspirational

ଦେବଶିଳ୍ପୀ ବିଶ୍ୱକର୍ମା

ଦେବଶିଳ୍ପୀ ବିଶ୍ୱକର୍ମା

1 min
380


ପବିତ୍ର କନ୍ୟା ସଂକ୍ରାନ୍ତିରେ ଜନ୍ମିଲ

    ବ୍ରହ୍ମାଙ୍କ ନାଭିକମଳୁ

 ହେ ଚୀର ବନ୍ଦିତ, ଶିଳ୍ପୀ କୂଳ ଶ୍ରେଷ୍ଠ

    ଚରଣେ ପ୍ରଣତି ଢ଼ାଳୁ ।


ତିନି ଭୁବନକୁ ନିର୍ମାଣ କରିଛ

    ପାଇ ପ୍ରଭୁଙ୍କ ଆଦେଶ

ପଥରହୁଅଇ ଜୀବନ୍ତ ଦେବତା

    ପାଇ ତୁମରି ପରଷ ।


ଦିବ୍ୟ ଅଟ୍ଟାଳିକା, ସୁରମ୍ୟ ପ୍ରାସାଦ

    ନିମିଷେ ତିଆରି କର

ସତ୍ୟ ଯୁଗେ ବୈକୁଣ୍ଠ ପୁର ନିର୍ମାଣ

   ତ୍ରେତୟା ରେ ଲଙ୍କାପୁର ।


ଦ୍ୱାପର ଯୁଗରେ କୃଷ୍ଣଙ୍କ ଆଜ୍ଞାରେ 

   ଦ୍ୱାରିକା ନିର୍ମାଣ କଲ

ଶ୍ରୀକୃଷ୍ଣ ଙ୍କ ବନ୍ଧୁ ସୁଦାମା ପାଇଁକି

    ସୁଦାମା ପୁରି ଗଢ଼ିଲ ।


ମହାଲକ୍ଷ୍ମୀଙ୍କର ଆଦେଶେ ସମୁଦ୍ର

    କୂଳେ ରଚିଲ ଉଆସ

ପାଣ୍ଡଵ ଙ୍କ ପାଇଁ ଇନ୍ଦ୍ରପ୍ରସ୍ଥ ରଚି

    ଅରଜିଛ କେତେ ଯଶ ।


ପୁଷ୍ପକ ବିମାନ କରିଛ ନିର୍ମାଣ

    ଆକାଶରେ ଉଡ଼ିଯାଏ

ଜ୍ଞାନ ଗନ୍ତାଘର ର ଶ୍ରେଷ୍ଠ ବିନ୍ଧାଣି

    ତୁମ ପରି ନାହିଁ କିଏ ।


ତୁମ ହାତ ସ୍ପର୍ଶ ନ ପାଇଲେ କିଛି

   ତିଆରି ହୋଇ ନ ପାରେ

ଅଲୌକିକ ଅଟେ ତୁମରି ଶକତି

   ଲଗାଅ ବିଶ୍ୱ ହିତରେ ।


ଦୁନିଆଁ ରେ ଯାହା ହୁଅଇ ନିର୍ମାଣ

    ସବୁ ତୁମରି ସର୍ଜନା

କାର୍ମିକ ବୀର ହେ ଚୀର ସ୍ମରଣୀୟ

   ଦେବ ଶିଳ୍ପୀ ବିଶ୍ୱକର୍ମା ।


କନ୍ୟାସଂକ୍ରାନ୍ତିରେ ଶିଳ୍ପ କାରଖାନା

   ମାନଙ୍କରେ ତୁମ ପୂଜା

ହେଉଅଛି ମହା ଆଡମ୍ବର ହୋଇ

    ବାଜୁଅଛି କେତେ ବାଜା ।


ସୁନ୍ଦର ମୁରତି ଦେଖିଲେ ଆଖିରେ

   ପଲକ ପଡଇ ନାହିଁ

ପ୍ରଣାମ ମୋହର ଘେନ ଦେବଶିଳ୍ପୀ

    ପାଦେ ଶରଣ ପଶଇ ।



Rate this content
Log in

Similar oriya poem from Inspirational