ଦେବୀ ଭଗବତୀ ଶରଣ
ଦେବୀ ଭଗବତୀ ଶରଣ
ତବ ପଦାରବିନ୍ଦେ ଶରଣଂ ଶରଣଂ
ସୁଖଦାଂ,ବରଦାଂ ଦେବୀ ଚନ୍ଦ୍ରାନନୀ
ନଗ ରାଜ ଜେମା ଶଙ୍କର ବନିତା
ମହାଦେବୀ ଦେବୀ ନମାମି ନମାମି ।।
ଦେବୀ ହୈମବତୀ ଦୈମାତୁର ମାତା
ସିଂହ ରୁଢା ମାତ ତ୍ରୈଲୋକ୍ୟ ଜନନୀ
କନକ ବର୍ଣ୍ଣା ମାତ ଜ୍ଞାନ ଦାତ୍ରୀ
ମହାଦେବୀ ଦେବୀ ନମାମି ନମାମି ।।
ମହିଷା ମର୍ଦ୍ଦିନୀ ଦଶଭୁଜା ଦେବୀ
ମନ୍ଦାର ମାଳା ଶୋଭିନୀ ଭବାନୀ
ତ୍ରାଣକର୍ତ୍ତୀ ଯୋଗାରୁଢା କାତ୍ୟାୟନୀ
ମହାଦେବୀ ଦେବୀ ନମାମି ନମାମି ।।
ନମସ୍ତେ ଜଗତ୍ ବ୍ୟାପିନୀ ବିଶ୍ବରୂପା
କାଳୀ,କରାଳୀ ନୃମୁଣ୍ଡ ମାଳିନୀ
ନମସ୍ତେ ମହାଯୋଗିନୀ ଜ୍ଞାନ ରୂପା
ମହାଦେବୀ ଦେବୀ ନମାମି ନମାମି ।।
ଅୟୀ ଦେବୀ ଦୁର୍ଗେ ଶରତେ ଶାରଦେ
ଜୟ ଜୟ ପରିତ୍ରାଣ ପରାୟଣୀ
ଦୀନ ଜନ ଅର୍ପେ ପୁଷ୍ପାଞ୍ଜଳି ପାୟେ
ମହାଦେବୀ ଦେବୀ ନମାମି ନମାମି ।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
