STORYMIRROR

CHINMAYEE PRADHAN

Classics Fantasy Thriller

3  

CHINMAYEE PRADHAN

Classics Fantasy Thriller

ଦେବଦାସୀ

ଦେବଦାସୀ

1 min
198

ଦେବଦାସୀ ପାଦେ ଆଜି ନାହିଁ ଘୁଙ୍ଗୁର ନାହିଁ ଘୁଙ୍ଗୁର, 

ଶୁଭେ ନାହିଁ ଛମ ଛମ ଘୁଙ୍ଗୁର ସୁର ଘୁଙ୍ଗୁର ସୁର।


କାହିଁ ଗଲା ହଜି ତାର ପାଦ ଘୁଙ୍ଗୁର ପାଦ ଘୁଙ୍ଗୁର, 

କେମିତି ହଉରେ କହ ବଡ଼ ସିଂହାର ବଡ଼ ସିଂହାର। 


ଭୁଲି ନିଜ ସଂସାର ସେ କଲା ନିଜର କଲା ନିଜର, 

ଆପେ କରି ସମର୍ପଣ ତୋର ପୟର ତୋର ପୟର।


ବାଳୁତ କାଳରୁ ହେଲା ପତ୍ନୀ ତୋହର ପତ୍ନୀ ତୋହର,

ପିନ୍ଧିଲା ମଥାରେ ସିଏ ତୋର ସିନ୍ଦୂର ତୋର ସିନ୍ଦୂର ।


ରାଧାଦାସୀ ଅଟେ ସିଏ ପରା ତୋହର ପରା ତୋହର,

ମଦନ ମୋହନ କୃଷ୍ଣ ତୁ ତାହାର ତୁ ତାହାର।


ପ୍ରତିମୂର୍ତ୍ତି ଅଟେ ସିଏ ସମର୍ପଣର ସମର୍ପଣର, 

ତୋ ପାଇଁ ଥକିନି ପାଦ କେବେ ତାହାର କେବେ ତହାର।


ଶେଷ ଉପଚାର ନୃତ୍ୟ ଦେବଦାସୀର ଦେବଦାସୀର,

ଶୋଉନି ତୁ ନ ବାଜିଲେ ତାର ଘୁଙ୍ଗୁର ତାର ଘୁଙ୍ଗୁର।


ନାଟ ମଣ୍ଡପ ଝୁରୁଛି ଝୁରେ ମନ୍ଦିର ଝୁରେ ମନ୍ଦିର, 

ମନେ ପଡେ ନାହିଁ ତୋର ହେଲୁ ପଥର ହେଲୁ ପଥର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics