ଡଉଲଡାଉଲ ତୁମେ
ଡଉଲଡାଉଲ ତୁମେ
ଡଉଲଡାଉଲ ଡଉଲଡାଉଲ
ଦିଶୁଛ ଭାରି ତୁମେ,
କଉତୁକିଆ ସତେ ପ୍ରେମ ବାଇଆ
ମିଳିଛ ଏ ଜନମେ ।
ପ୍ରଜାପତି ପରି ସୁମଧୁର ପ୍ରେମ
କୃଷ୍ଣଙ୍କ ଠାରୁ ବଳି,
ପ୍ରେମ ମନ୍ଦିରରେ ଜାଳୁଛି ନିତି 'ମୁଁ'
ତୁମ ନମେ ଦୀପାଳି ।
ଜୀବନ ସଙ୍ଗିନୀ ତୁମ ଅର୍ଦ୍ଧାଙ୍ଗିନୀ
ସାଥିରେ ପ୍ରେମ ଜମେ l
ଡଉଲ।(1)
କ୍ଷୀର ନୀର ପରି ଅଲଗା ନ ହୋଇ
ରହିବା ସବୁଦିନେ,
ଦୁନିଆ ଜାଣିବ ପ୍ରେମର ଶକତି
ମାପ କରି ଓଜନେ ।
ଆସ ହେ ତୋଳିବା ପ୍ରେମର ନଅର
ଦୁହେଁ ମିଶି ଯେ ଆମେ ।
ଡଉଲ(2)