Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Others

4  

Bharatabandhu Biswal

Classics Others

ଡର କାହାକୁ ଭୟ କାହାକୁ

ଡର କାହାକୁ ଭୟ କାହାକୁ

1 min
386



ପତିତପାବନ ନୀଳଚକ୍ର ବାନା

ଅନୁସରି ଅନୁକ୍ଷଣ

ଚାଲୁଛି ଚାଲିବି ସତ୍ଯ ଧର୍ମ ପଥେ

ନିରଳସ ନିତିଦିନ ।

ତୁମେ କଳ୍ପବଟ ଛାୟା ସୁଶୀତଳ 

ମହାପ୍ରଭୁ ଜଗନ୍ନାଥ 

ବିସ୍ତାର ବିପୁଳ ଭୁଜ ମହାବାହୁ

ନିସ୍ତରୁ ଜନ ଅନାଥ ।

ଦିବ୍ଯ ଜ୍ୟୋତିର୍ମୟ ଚାହିଁ ନିର୍ନିମେଷ 

ବିତରୁ ଅଛ କରୁଣା

ଝଲସେ ଆକର୍ଷେ ଚକା ନୟନରେ

ବ୍ରହ୍ମାଣ୍ଡ ଅନନ୍ତ ସୀମା ।

ପରମ ପବିତ୍ର ଶ୍ରୀ ପୁରୁଷୋତ୍ତମ 

କୈବଲ୍ୟ ତୀର୍ଥ ଅମୃତ

ସୁଲଭ ଶ୍ରୀକ୍ଷେତ୍ରେ ଜୀବନ ମୁକତି 

ପ୍ରାପ୍ତି ଚଉବର୍ଗ ମୋକ୍ଷ ।

ରତ୍ନ ସିଂହାସନେ ମର୍ତ୍ତ୍ୟ ବଇକୁଣ୍ଠେ

ହୃଦୟ ନୀଳ କନ୍ଦରେ

ବିରାଜ ହେ ନାଥ ଧରି ଶଙ୍ଖ ଚକ୍ର

ଗଦା ପଦ୍ମ ଶ୍ରୀହସ୍ତରେ ।

ତୁମେ ଚର୍ତୁଭୁଜ ସାହା ଓ ଭରସା

ମହାବାହୁ ଜଗଦୀଶ 

ଡର ବା କାହାକୁ ଭୟ ବା କାହାକୁ

ରହିଥାଉ ଶୁଭାଶିଷ ।


Rate this content
Log in

Similar oriya poem from Classics