STORYMIRROR

Pinku Ranbida

Romance

3  

Pinku Ranbida

Romance

ଡ଼ଙ୍ଗା

ଡ଼ଙ୍ଗା

1 min
146


ଯା ଯା ରେ ଭାସି ଭାସି ଯା ମୋର୍ ଡଙ୍ଗା

ମୋର୍ ପ୍ରିୟାର୍ ଗାଁ, ନଏଦ୍ ଖଣି ନିକେ,

ଜଲଦି ଜଲଦି ଭାସି ଯା ତୁଇରେ

ସେଠାନେ ସେ ଯୁଗିଥିବା ତୋର୍ ବାଟ୍'କେ ।


କଥା ଦେଇଥିଲି ତାହାକେ ହାତେ ହାତ୍ ଧରି

ତୋର୍ ନାଥି କିରିଆ କରି,

ତମର୍ ଗାଁ ନଏଦ୍ ଠାନେ ଟାକିଥିବ

ମୋର୍ ଡଙ୍ଗା ଯିବା ତମର୍ ହେନ୍'କେ ଉହୁଲି'କରି ।


ନଦୀର୍ ଇ ପାଖେ ମୋର୍ ପ୍ରିୟାର୍ ଗାଁ

ନଦୀର୍ ସେ ପାଖେ ମୋର୍ ଗାଁ,

ଆଏଜ୍ ମୋର୍ ହାତେ ବନେଇଛେ ତତେ

ଯା ଯା ରେ ଭାସି ଭାସି ମୋର୍ ଡଙ୍ଗା ।


ତାର୍ ପାକ୍'କେ ଯିବୁ ମୋର୍ ଖବର୍ ନେଇ

ଭଲ୍'ସେ ଅଛେ କହିଦେବୁ,

ତାର୍ ଲାଗି କିଛି ପଠେଇଛେ

ଚୁଡି, ସିନ୍ଦୁର୍, ଟିକିଲୀ, ଦେଇଦେବୁ ।


ଯା ଯା ରେ ଭାସି ଭାସି ଯା ମୋର୍ ଡଙ୍ଗା

ମୋର୍ ପ୍ରିୟାର୍ ନଏଦ୍ ଖଣିକେ,

କେତେବେଲେ ଆଏବା କହୁଥିବା

ଯୁଗିକରି ଦେଖିଥିବା ତୋର୍ ବାଟ୍'କେ ।


Rate this content
Log in

Similar oriya poem from Romance