STORYMIRROR

ଗୋପାଳ ଚନ୍ଦ୍ର ସେଠୀ

Romance

4  

ଗୋପାଳ ଚନ୍ଦ୍ର ସେଠୀ

Romance

ଫୁଲ କାହାର?

ଫୁଲ କାହାର?

1 min
212


ଭଅଁର ଖୋଜୁଥାଏ ଫୁଲକୁ,

ଫୁଲ ଖୋଜୁଥାଏ ମାଳିକୁ, 

ଜଣେ କରିଥାଏ ଲାଳନପାଳନ 

ଆଉ ଜଣେ କରେ ପ୍ରାଣହରଣ। 

ତଥାପି ଫୁଲଟି ହସୁଥାଏ.....


ଯଦି ସେ ବଣର ମଲ୍ଲି, 

ତେବେ ସିନା ସେ ବଣରେ ଝଡ଼ିଯାଏ, 

ଯଦି ପାଏ ସ୍ପର୍ଶ ମାଳିର 

ତେବେ ତାର ଭାଗ୍ୟ, ସେ ପୁଣି ପ୍ରଭୁଙ୍କ ପାଦ ପାଏ।

ସତେ କେତେ ବିଚିତ୍ର ସଂମ୍ପର୍କ ଲାଗେ ପରା ଇଏ!

ଭଅଁର କିନ୍ତୁ ଆଉ କେଉଁ ଫୁଲକୁ ଖୋଜୁଥାଏ।


ପାପୀ ଭଅଁର ସିନା ଘୁରିବୁଲେ ଏ ଫୁଲରୁ ସେ ଫୁଲପାସେ,

ମାତ୍ର ନିଷ୍କଳଙ୍କ ଫୁଲସେ ନିଜର ସର୍ବସ୍ଵ ହରାଇବସେ। 

ମନ ଭରି ଗଲେ ସିନା ଉଡ଼ିଯାଏ ଭଅଁର,

କଣ ଯେ ଦୋଷ ଥିଲା ସେ ନିରିମାଖି ଫୁଲର?


ଯେତେ ଯିଏ ଯାହା କହିଲେ ବି କହୁ,

ଶେଷେ ତାହା ହିଁ ହୁଏ,

ଯାହା ଚାହେଁ ସେ ମହାବାହୁ! 

ହେ ଫୁଲ!

ତୋର ଭାଗ୍ୟ ନୂହେଁ ଲୋ ପ୍ରତାରଣାର ନିଆଁରେ ହେବୁ ଜର୍ଜରିତ,

ତୋର ଜନ୍ମ!

ତୁ କେବଳ ହେବୁଲୋ ସେଇ ପ୍ରଭୁଙ୍କ ମସ୍ତକେ ଶୋଭିତ।


ପିତାପରି ମାଳି ସେନେହ ପରସେ ନିଏ ଯତ୍ନ ସିନା, 

ପ୍ରେମିକ ସାଜି ଭଅଁର ଦିଏ କେତେ ଯେ ଯାତନା! 


ହେଲେ ପ୍ରଶ୍ନ ଉଠେ,

ଫୁଲ କାହାର?

ପାଳିତ ପିତା ମାଳିର ନା ପ୍ରେମୀ ଭଅଁରର?

ୟାର କେବଳ ଗୋଟିଏ ଉତ୍ତର,

ନା ସେ ମାଳିର, ନା ସେ ଭଅଁରର,

ସେ କେବଳ ସେଇ ପତିତ ଉଦ୍ଧାରକାରୀ ଦିଅଁର !



साहित्याला गुण द्या
लॉग इन

More oriya poem from ଗୋପାଳ ଚନ୍ଦ୍ର ସେଠୀ

Similar oriya poem from Romance