STORYMIRROR

Jitendra Seth

Romance Inspirational

4  

Jitendra Seth

Romance Inspirational

ସ୍ତ୍ରୀ

ସ୍ତ୍ରୀ

1 min
384

ଗୃହଲକ୍ଷ୍ମୀ ସେ ରୂପ ଲାବଣ୍ୟବତୀ

ଶାନ୍ତିଦାୟୀ ପ୍ରେମମୟୀ

ସୁଖର ସଂସାର ତା' ପାଇଁ ଉଲ୍ଲସୀ 

ହୁଏ ସିନା କାଳଜୟୀ ।। 


କୁଳବଧୂ ରୂପେ ଶୋଭା ସୌନ୍ଦର୍ଯ୍ୟରେ 

ଘରକୁ ସଜେଇ ଦିଏ 

ଘରଣୀ ବେଶରେ ସ୍ନେହ ପରସରେ 

ସମସ୍ତଙ୍କ ମନ ମୋହେ ।। 


ପତି ପରାୟଣୀ ପ୍ରାଣ ପ୍ରିୟା ସାଜି 

କରଇ ସାବିତ୍ରୀ ବ୍ରତ 

ସବୁ ସଫଳତା ପଛରେ ନିଶ୍ଚୟ 

ରହି ଥାଏ ତାର ହାତ ।। 


ଦୁଃଖ କଷ୍ଟ ସବୁ ସହିଯାଏ ବୋଲି 

ସର୍ବଂସହା ନାମ ତାର

ଶ୍ରେଷ୍ଠ ସୃଷ୍ଟି ସିଏ ବ୍ରହ୍ମଦେବଙ୍କର 

ନାରୀ ରୂପୀ ଅବତାର ।। 


ଯେଉଁ ସ୍ଥାନେ ସ୍ତ୍ରୀ ଶ୍ରେୟ ସମ୍ମାନୀତା

ସେ ସ୍ଥାନେ ଦେବତା ବାସ 

ପ୍ରେମ ମକରନ୍ଦ ଝରେ ସେହିଠାରୁ 

ଝରେ ଶାନ୍ତି କିର୍ତ୍ତୀ ଯଶ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance