STORYMIRROR

Hasyamayee Raj

Romance

4  

Hasyamayee Raj

Romance

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

1 min
293


ସବୁ ଲାଗେ

ଅଧୁରା ଅଧୁରା

ତୁମ ବିନା

ମୋର ଶୂନ୍ୟତା

ଅବା ପୁର୍ଣ୍ଣତା ଭିତରେ

ଥାଅ ତମେ ସିନା ।

ତମ ବିନା

ସରେ ନାହିଁ କେବେ ମୋର

ଦିନ ଅବା ରାତିଟିଏ 

ମୋ ଜୀବନ ଆକାଶରେ

ତମେ ସତେ

ପୁର୍ଣ୍ଣିମାର ପରିପୂର୍ଣ୍ଣ 

ତୋଫା ଜହ୍ନଟିଏ ।

ମୋ ହୃଦୟର

ପ୍ରତି ଅନୁକୋଣ

ତମେ ସଦା

ଆଲୋକରେ ଭରୁଥାଅ

ତୁମ ଶୀତଳ ସ୍ପର୍ଶର 

ଉଛୁଳା ଆବେଗରେ 

ମୋତେ ପୁଲକିତ କରୁଥାଅ ।

ତମେ ପରା ଅର୍ଦ୍ଧାଙ୍ଗିନୀ

ଜୀବନ ସଙ୍ଗିନୀ

ତମ ବିନା 

ମୋର ଜୀବନ ସଙ୍ଗୀତ

ପାରେ ନାହିଁ ସୁର ତୋଳି

ଆଉ ତୁମେ 

ପାଖରେ ଥିଲେ ନା 

ଜୀବନର ସବୁ ଝଡ

ଯାଏ ଅତିକ୍ରମ କରି

ଚାଲିବାକୁ

ପଥ ପାଇଯାଏ ପୁଣି

ଅମା ଅନ୍ଧକାର ଏଡି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance