STORYMIRROR

SARATA KUMAR DAS

Romance

4  

SARATA KUMAR DAS

Romance

କଲମର ସ୍ବର

କଲମର ସ୍ବର

1 min
291

ପଲ୍ଲବିତ ସ୍ବର କୃତିର ଆଧାର

ବିଶ୍ବାସର ପରିଭାଷା ,

ସୁପ୍ତ ଚେତନାରେ ଭରିଛ ଅମୃତ

ତମସା ବଳୟେ ଉଷା ।।


କେବେ ତମ ସ୍ବର ସ୍ନିଗ୍ଧ ଓ ମଧୁର

କେବେ ତ ରୁକ୍ଷ ଶାଣିତ ,

କେବେ ତ ଗାଇଛ ପ୍ରେମର ଗଜଲ

ବେଦନା ବିଧୁର ଗୀତ ।।


ହେ ମୋର କଲମ ! ହୃଦୟ ସ୍ପନ୍ଦନ  

ଚିର ବିପ୍ଳବର ସ୍ବର,

ଅସି ଠାରୁ ତୁମେ ଶକ୍ତିଶାଳୀ ବୀର 

ଶୌର୍ଯ୍ୟ ବୀର୍ଯ୍ୟ ଜ୍ୟୋତି ଧାର ।।


ବିକ୍ଷିପ୍ତ ଆଲୋକ ବହ୍ନି ପ୍ରଜ୍ବଳିତ 

ତମିସ୍ରା ବଳୟ ଘେରେ,

ତୁମ ଭଳି ବନ୍ଧୁ ପାଖେ ଥିଲେ ମୋର

ମୁକ୍ତାର ବରଷା ଝରେ ।।


ଫୁଟାଇଛ କେତେ ରକ୍ତ ପ୍ରଭାତ  

ଚିରି ଅନ୍ଧାର ରାତି  ,

ତୁମରି ସ୍ବରରେ ଝଂକାର ତୋଳିଛି

ମାନବିକତାର ପ୍ରୀତି ।।


ଚୂର୍ଣ୍ଣ ହୋଇଛି ଦର୍ପ ଦାବାନଳ

ଭଗ୍ନହୋଇଛି ଶୃଙ୍ଖଳ,

ଗର୍ବ ଅହଙ୍କାର ଜୁଇରେ ଜଳିଛି

ଫୁଟିଛି ନୀଳ କମଳ ।।


ସାମ୍ୟର ଝଲକ ମୁକ୍ତିର ସ୍ତବକ 

ଭ୍ରିତୃତ୍ବ ର ଆବାହନୀ,

ଜାଗୃତିର ବାର୍ତ୍ତା ଗୁଂଜରିତ କର

ଝରୁ ପ୍ରେମ ନିର୍ଝରିଣୀ  ।।


ଶାନ୍ତିର ମହକ ମୈତ୍ରୀର ସଂଗୀତ

ଭେଦୁ ଧରଣୀର ବକ୍ଷ,

ତୁମ ଜୟ ଯାତ୍ରା ବ୍ୟାପୁ ଚଉଦିଗ 

ପଥ ଯେତେ ପଛେ ରୁକ୍ଷ ।।


ଶୋଷଣ କଷଣ ଅନ୍ୟାୟ ଅନୀତି 

ଯେତେ କଳଙ୍କିତ ଛବି,

ଦୂରକର ତୁମେ ଅନ୍ଧ ଅହମିକା 

ଝଲସୁ ବିବେକ ରବି  ।।


ସୁପ୍ତ ଚେତନା ଉତଥିତ କର

ଜାଗ୍ରତ ହେଉ ଜାତି,

ଜୀବନର ବୀଣା ମଧୁର ରାଗିଣୀ 

ଗାଉ ଅମୃତ ର ଗୀତି ।।


ହେ ମୋର କଲମ ! ଚିର ସହଚର 

ଚର୍ ଚର୍ ଚାଲ ଥରେ ,

ଆସୁ ଯେତେ ଝଡ ଅନ୍ଧକାର ମାଡି

ଥକିଯିବ ନାହିଁ ବାରେ ।।


ଚିର ସ୍ମରଣୀୟ ସଖା ସହୋଦର 

ବିଜନ ବେଳାର ସାଥୀ,

ସୃଷ୍ଟି ତୁମେ ପୁଣି ସ୍ରଷ୍ଟା ଚିରନ୍ତନ 

କଣ୍ଟକିତ ପଥ ଯାତ୍ରୀ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance