Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Romance

3  

Binay Mohapatra

Romance

ସଂଯୋଗ

ସଂଯୋଗ

1 min
290


ସିଏ ତୁମେ ଥିଲ ନା ?

ଯିଏ ଗୋଟିଏ ପଲକରେ

ସାତ ଜନମର ଝଲକ

ଦେଖେଇ ଗଲା !

ପ୍ରେମ କଣ ଏଇମିତି ହୁଏ,

ଥରଟିଏ ଦେଖାରେ

ଅନେକ ଦିନର ଚିହ୍ନାଜଣାର

ମିଠା ମିଠା ଅନୁଭବ ଦିଏ ?

ନା ତୁମେ କିଛି କହିଲ,

ନା' ମୁଁ କିଛି କହିଲି,

ତଥାପି ଏମିତି କାହିଁକି ହୁଏ,

ବିନା ଶବ୍ଦ, ବିନା ସଂଳାପର

ଏ ବାର୍ତ୍ତାଳାପ,

ମିଠା ମିଠା ସ୍ମୃତି ଦେଇଯାଏ ।

ତୁମର ଓଠର,

ତୁମର ସେ ମିଠା ହସରେ,

ସତେ, ସାତ ଜନମର

ପ୍ରେମର ଦୃଶ୍ୟ ଦେଖାଇ ଦେଲା,

ତୁମର ସେ ଆଖିର ଚମକ

ନିରବରେ କେତେ କଥା କହିଗଲା ।

ଗାଇଗଲା କେଦାର ଗୌରୀର

ଅପୂର୍ଣ୍ଣ ପ୍ରେମର ଗାଥା ।

ସତେ କହୁଥିଲା,

ପ୍ରେମ ପାଇଁ ବହୁତ ଚିହ୍ନା ଜଣା,

ବେଶି ଗପସପ ଅବା

ବାରମ୍ବାର ଦେଖା ଚାହାଁ ଲୋଡାନାହିଁ ।

ଗୋଟିଏ ଦେଖାରେ,

ଅନେକ କିଛି ବଦଳି ଯାଏ,

କେତେ ଦିଆ ନିଆ ହୋଇଯାଏ,

ପ୍ରେମ ସତେ ସଂଯୋଗ ଗୋଟିଏ

ଏଇମିତି ଅଚାନକ ହୁଏ ।



Rate this content
Log in

Similar oriya poem from Romance