STORYMIRROR

Sadananda Sahoo

Romance

4  

Sadananda Sahoo

Romance

ସୁଦୀର୍ଘ ପ୍ରେମ ସ୍ମୃତି

ସୁଦୀର୍ଘ ପ୍ରେମ ସ୍ମୃତି

1 min
191


ମନ ଆକାଶରେ ପ୍ରେମଛବି ଭାସେ 

    ଦିନରାତି ଅବିରତେ , 

ବିଗତ ଦିନର ଅଲିଭାସେ' ପ୍ରେମ 

   ଆଜିବି ଝୁରୁଛି ସତେ  ! ! 


ବିବାହ ଉତ୍ସବେ ଦେଖିଲି ପ୍ରଥମେ 

   ଯୌବନର ଆଦ୍ୟ ଭାଗେ , 

ବିମୋହିତ ହେଲି ରୂପଚର୍ଯ୍ୟା ଦେଖି 

   ପଡିଗଲି  ପ୍ରେମ ରୋଗେ ! ! 


ନବମ ଶ୍ରେଣୀର ଚପଳ ବୟସ 

    ଆହାକି ସେ ରୂପକାନ୍ତି , 

ସେଇ ଦିନ ଠାରୁ ହୃଦୟେ ରହିଛ 

   ମନେ ପଡେ ସବୁ ସ୍ମୃତି ! ! 


ସ୍ମୃତିର ତାରିଖ ମନେ ଅଛି ମୋର 

    ସରସ୍ଵତୀ ପୂଜା ଦିନ , 

ଉନବିଂଶ ନବେ ଜାନୁଆରୀ ତ୍ରିଶ 

   ବିବାହ ପର୍ବେ ମିଳନ ! ! 


ଶିକ୍ଷାରେ ସରାଗ ଥିଲା ଦୁହିଁଙ୍କର 

  ଆଉ ହୋଇଲାନି ଭେଟ , 

ଉଚ୍ଚଶିକ୍ଷା ଲକ୍ଷ୍ୟ ଥିଲାତ ସଂକଳ୍ପ 

   ହଜିଗଲା ପ୍ରେମନାଟ !! 


ଶିକ୍ଷା ସଂଘର୍ଷରେ  ପ୍ରେମ ଅନୁଭବେ 

    ଥିଲେତ ଉଦାର ମନା , 

ବିଜ୍ଞାନେ ସରାଗ ଥିଲାତ ଆମର  

   କୋଚିନ୍ଗରେ  ଆଶ୍ଵାସନା ! ! 


ଡାକ୍ତରୀ ପଢିବା ସପନେ ରହିଲା 

    ପ୍ରେବେଶୀକା ବିଫଳତା , 

ଯନ୍ତ୍ରୀ ପାଠପଢି  ଶିଡିଗଲ ଚଢି 

   ଏଇତୁମ  ସଫଳତା ! !


ଅସ୍ଥାୟୀ ଭାଵରେ ଦୂରସଂଚାରରେ 

    ଚାକିରୀରେ ଯୋଗଦେଲ , 

ସେକର୍ମକୁ ଛାଡି ଆସିଲତ ଫେରି 

    ଲାଗିଲାନି ବୋଲି ଭଲ ! ! 


ଉତ୍କୋଚ ନଦେଇ ହାଲରେ ଚାକିରୀ 

    ପ୍ରତ୍ୟାଖାନ କଲ ପ୍ରିୟା , 

ବୈଷୟିକ ଶିକ୍ଷା ମାନପତ୍ରେ ବନ୍ଧା 

   ବଡ଼ ଅବଶୋଷ ଛାୟା ! ! 


ଜୀବନବୀମାରେ ସେବା ଆଧାରରେ 

    ହେଲ ପୁଣି ନିୟୋଜିତ , 

ଲାଗିଲାନି ଭଲ ତାକୁବି ଛାଡିଲ 

    ହେ'ପ୍ରିୟା ପରାଣ ମିତ ! ! 


ଏତେ ସବୁପରେ ରହିଗଲ ଘରେ 

    ସଂସାରି ସାଜିବା ପାଇଁ , 

ଭଲପ୍ରସ୍ତାବଟେ ଖୋଜିଲେତ ଘରେ  

    ମୋ'କଥା କହିଲ ନାଇଁ ! ! 


ପୁଲିସିଆବର  ହେଲାନି ପସନ୍ଦ 

     ରହିଗଲା ଅବୋଶୋଷ , 

ସମାଜିକ ବାଧା ହେଲାକି ସମସ୍ୟା 

    ପ୍ରେମମୋର ହେଲା ଶେଷ ! ! 


 ବାଦ ବିବାଦରେ ବଳି ପଡିଗଲେ 

     ମନ ଆଶା ମଉଳିଲା , 

 ଉଭୟ ପକ୍ଷର  ହେଲା ଅବିଚାର 

     ବିବାହ ଦୂରେ ରହିଲା ! ! 


ତୁମେ ଚାଲିଗଲ ତୁମେ ଭୁଲିଗଲ 

    ଆଉକା ମନ୍ଦିରେ ପ୍ରିୟା , 

ସେଇ ଦିନ ଠାରୁ  ଝୁରୁଛି ତୁମକୁ 

    ହୃଦୟେ ଜଳୁଛି ନିଆଁ ! ! 


ସବୁ ସ୍ମୃତି ଛବି  ସାଇତି ରଖିଛି 

    ମନ ହୃଦୟରେ ମୋର , 

ରାଉଲକେଲାରେ ପଠନ ସମୟେ 

   ଯାଉଥିଲି  ନିରନ୍ତର  ! ! 


ହନୁମାନ ବାଟିକା ସ୍ମୃତି ଅବନ୍ତିକା 

     ଗପର ଆସର ସ୍ଥଳି , 

ସ୍ମୃତିଚିତ୍ର ପଟେ ରହିଛି ସରାଗେ 

    ଆଜିବି ପାରିନି ଭୁଲି ! ! 


ବାଣୀରବିହାର'ରେ ଆମେଦୁହେଁ ବୁଲେ 

     ପ୍ରେମଗୀତ  ଗାଇଗାଇ , 

କାଲିପରି ମୋତେ ଲାଗୁଛି ସତରେ 

   ଲିଭିନି  ଏ'ପ୍ରେମ ଛାଇ ! ! 


ଚଳଚିତ୍ର ଛବି  ଆଖିରେ ନାଚୁଛି 

  ଦେଖିଥିଲେ ଆମେଦୁହେଁ , 

ରାଜ ତରଙ୍ଗିଣୀ ସ୍ଵର୍ଣ୍ଣ ପ୍ରେକ୍ଷାଳୟ 

   ହମ ଆପକେ କୌନହେ ! ! 


 ଶରଧାରେ ମୋତେ କହିଲ ସେଦିନ 

    ପ୍ରେମୀକ ଅନାଡି ବୋଲି , 

ଥଟ୍ଟା ମଜା କରି ସ୍ନେହଁରେ ଡାକିଲି  

    ତୁମେ ମୋ' ଗୋଲ ମୁଣ୍ଡି ! ! 


ବର୍ଷାରେ ଭିଜିଛେ ପ୍ରେମ ଅବକାଶେ 

    ପ୍ରେମରେ ସଦିଚ୍ଛା ରଖି , 

ବାଇକି ପଛରେ ବସିଛ ସରାଗେ 

     ଭିଜାଭିଜା ସ୍ଵପ୍ନଦେଖି ! ! 


ଅତିସ୍ନେହଁ ପ୍ରେମେ ପୁନ୍ଦିବୋଲି ଡାକେ 

    ପ୍ରିୟତମା   କୁନମୁନ , 

ଦିନେ ନଦେଖିଲେ ମୁଁଖୋଜିବୁଲେ 

   ଲାଗେମୋତେ ଶୂନଶାନ ! ! 


ସଂସାରଜଞ୍ଜାଳେ ଉଭୟେତ ଆମେ 

    ଠିକଣାଟା ଭିନ୍ନ ଭିନ୍ନ , 

ବିଧିର ବିଧାନ  ସତରେ ବିଚିତ୍ର 

    ହଜିଗଲା ଆମ ସ୍ଵପ୍ନ ! !


ସୁଖର ସଂସାରେ ହସ ନିରନ୍ତରେ 

    ହୃଦୟର ରାଣୀ ମୋର , 

ପ୍ରେମ ସ୍ମୃତି ଗାଥା ସାଇତି ରଖିଥା 

    ଅବସାଦ  ହେଵଦୂର ! ! 


ପ୍ରେମ ସରାଗିନି  ପ୍ରିୟା କୁନିମୁନି 

    ରଖିଛି ମୁଁ  ଦୃଢ ଆଶା , 

ଆର ଜନମରେ ଦେବି ମୁଁ ସିନ୍ଦୁର 

    ମୋ'ସାଥେ ଗଢିବବସା ! ! 



Rate this content
Log in

Similar oriya poem from Romance