STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଢଗରୁ ଗୀତ(୫)

ଢଗରୁ ଗୀତ(୫)

1 min
10

ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି

ତଥାପି ଭାଙ୍ଗୁନି ନିଦ,

ଘରଭେଦୀ ଲଙ୍କା ଢାଏ ବୋଲି ସିନା

ଘଡ଼ିଘଡ଼ି ପରମାଦ।।


ଘର ଢ଼ିଙ୍କି ଯଦି କୁମ୍ଭୀର ସାଜିବ

ପରକୁ କାହିଁକି ଦୋଷ,

ଘୁଣ ଖାଇଗଲେ କାଠ କୁଟା ସମ

ଘୃଣାରୁ ସମ୍ପର୍କ ନାସ।।


ଘର କରିଥିଲେ ସଂସାର ଭିତରେ

ପଥର ପଡିଲେ ସହି,

ପଥ ହୁଡ଼ିଗଲେ ବାହୁଡା଼ ର ବାଟ

ସହଜ ହୁଏନା ଭାଇ।।


ଘାଟଘାଟ ପାଣି ପିଇବା ପୁଅକୁ

ଡରେଇବା ଯାଆ ଭୁଲି,

ଘରକଥା ଯଦି ପଦାରେ ପଡ଼ିବ

ଲୋକହସା ହେବୁ ଖାଲି।।


ଘ..ତା ଟା ପଛେ ମଲେ ମରୁ ହେଲେ

ସାଉତୁଣୀ ରାଣ୍ଡ ହଉ,

ଘର ପୋଡ଼ିଗଲା, ହେଲେ ତା ପର'ଠୁ

ନାହିଁ ଛାରପୋକ ଦାଉ।।


ଘଣ୍ଟି ବାନ୍ଧିବାକୁ ବିଲେଇ ବେକରେ

ମୂଷା କରିଲେ ବିଚାର,

ବଡ଼କୁହା ଯେତେ ଠିକଣା ବେଳକୁ

ନଅ ଦୁଉଇ ଏଗାର।।


ଘର ଛପରକୁ ଘାଟ ପଥରକୁ

ଧିଆନ ରଖିଥା ଧନ,

ପ୍ରତିକାର ଠାରୁ ଉପଚାର ଭଲ

ମନେରଖିଥା ବାଇନ।।


Rate this content
Log in

Similar oriya poem from Abstract