STORYMIRROR

Santosh Pattnayak

Romance Tragedy

3  

Santosh Pattnayak

Romance Tragedy

ଢାଳଟିକେ ପ୍ରୀତିବାରି

ଢାଳଟିକେ ପ୍ରୀତିବାରି

1 min
13K


ନିରାଶ ନିଦାଘ ରଚିଥିଲା ଦାଗ

ଅସହ୍ୟ ଯନ୍ତ୍ରଣା ଦେଇ

ଆକାଂକ୍ଷା ଆକାଶୁ ଅସରାଏ ମେଘ

ଆତ୍ମଗ୍ଳାନି ଦେଲା ଧୋଇ...


ବର୍ଷାରେ ଭିଜିଲା ଦେହ ମୋର ସିନା

ଶୁଖିଲା ରହିଲା ମନ

ତୁମରି ବିରହେ ପାଲଟି ଯାଇଛି

ଏ' ହୃଦୟ ମରୁବନ....


ହୃଦୟେ ସ୍ପନ୍ଦିତ ମନ ଆକୁଳିତ

ଉଦ୍ବିଗ୍ନେ କମ୍ପିତ ପ୍ରାଣ

ଆଦ୍ରତା ବିହୀନ ମଉସୁମୀ ମନ

ଅବୁଝା ଏ ଯଉବନ....


ଅଭିମାନ ଭୁଲି ପାଶେ ଆସ ଚାଲି

ଅବଶୋଶ ଯାଉ ସରି

ହୃଦୟ କୋହକୁ ପ୍ରଶମିତ କର

ଢାଳି ଟିକେ ପ୍ରୀତି ବାରି


Rate this content
Log in

Similar oriya poem from Romance