STORYMIRROR

Shiba Charan Mahapatra

Tragedy

3  

Shiba Charan Mahapatra

Tragedy

ଡାକ ଥରେ ଚକାଆଖି

ଡାକ ଥରେ ଚକାଆଖି

1 min
250


ମାନ କରି ବନ୍ଧୁ ବାହୁଡାଯାତରେ

ବାନ୍ଧିଲନି ଭାବ ଡୋରୀ 

ଏତେ ଘୃଣା ଯେବେ ମୋ'ଠାରେ ତୁମ୍ଭର

ଦେଉନାହଁ କିମ୍ପା ମାରି..


ତିରସ୍କାର କର ସହିଯିବି ହସି

ନେତ୍ରନୀର ଝାରି ଦେଇ 

ନିର୍ଜୀବ ଭାବି ମାରନାହିଁ ଆଉ

ଏଯାଏଁ ମୁଁ ମରିନାହିଁ.. 


ମାରିଦେଲେ ଦିଅ ବାହୁଡାଯାତରେ 

ଅଣଦେଖା କର ନାହିଁ 

ବନ୍ଧୁ ବୋଲି ଯେବେ ଭାବୁଅଛ ମୋତେ

ଡାକୁନ ଥରୁଟେ କାଇଁ..


ଡାକିନେଲେ କାଳେ ତୁମ୍ଭ ବଡପଣେ 

କଳଙ୍କ ବୋଳିବି ମୁହିଁ 

ସେ ଭାବେ ଚିନ୍ତନ ଥାଏ ଯଦି ବନ୍ଧୁ 

ଖୋଲି କହୁନାହଁ କାହିଁ..


କହୁନାହିଁ ମୁହିଁ ଭକତରେ ଗଣା

ତୋର ପ୍ରିୟ ଆଜ୍ଞାକାରୀ

ସଂସାର ଜଞ୍ଜାଳ ହେଲା ମୋତେ କାଳ

ମୋହକୁ ପାଥେୟ କରି..


ପାଥେୟ କରିଛି କାମନା ବାସନା 

ତୁମ୍ଭ ନାମ ଭୁଲିଯାଇ

ଅବାଟେ ଚାଲିଛି ଅସତ୍ୟ ଆବୋରି 

ଜ୍ଞାନ ଜଳାଞ୍ଜଳି ଦେଇ..


ସବୁ ଦେଇ ସାରି ନିଜକୁ ଦେଖୁଛି

ଶୂନ୍ୟ ମୋର ପୂଣ୍ୟ ଭାର

ପୂର୍ଣ୍ଣବ୍ରହ୍ମ ତୁମ୍ଭେ ଶେଷ ଇଛା ମୋର

ପ୍ରଭୁ ମୋତେ ରକ୍ଷାକର..


ପ୍ରଭୁ ଚକାଆଖି ସବୁ ପାର ଦେଖି

ମୋ ହୃଦୟ ଥରେ ଦେଖ

ବାହୁଡା ଯାତରେ କେବେ କେଉଁ ସନ 

ତୁମ୍ଭ ପାଖେ ମୋତେ ଡାକ..




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy